ଶାନ୍ତି ନଗରରେ ତରବାରିରେ ଆକ୍ରମଣ ମାମଲା : ଦୁଇ ଅଭିଯୁକ୍ତ ଗିରଫ
ଗଞ୍ଜାମ, ୨୬ ଜୁଲାଇ (ହି.ସ.)- ବଡ଼ବଜାର ପୋଲିସ ମାରାତ୍ମକ ଅସ୍ତ୍ର ସହ ଆକ୍ରମଣ, ହତ୍ୟା ଉଦ୍ୟମ ଏବଂ ଅନ୍ୟାନ୍ୟ ଅପରାଧ ସମ୍ପର୍କିତ ଏକ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ମାମଲା ଭାରତୀୟ ନ୍ୟାୟ ସଂହିତା ଏବଂ ଅସ୍ତ୍ର ଆଇନ ଅଧୀନରେ ପଞ୍ଜୀକୃତ ହୋଇଛି। ଏହି ଘଟଣା ୧୭ ଜୁଲାଇ ରାତି ପ୍ରାୟ ୯ଟା ସମ
ଶାନ୍ତି ନଗରରେ ତରବାରିରେ ଆକ୍ରମଣ ମାମଲା : ଦୁଇ ଅଭିଯୁକ୍ତ ଗିରଫ


ଗଞ୍ଜାମ, ୨୬ ଜୁଲାଇ (ହି.ସ.)-

ବଡ଼ବଜାର ପୋଲିସ ମାରାତ୍ମକ ଅସ୍ତ୍ର ସହ ଆକ୍ରମଣ, ହତ୍ୟା ଉଦ୍ୟମ ଏବଂ ଅନ୍ୟାନ୍ୟ ଅପରାଧ ସମ୍ପର୍କିତ ଏକ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ମାମଲା ଭାରତୀୟ ନ୍ୟାୟ ସଂହିତା ଏବଂ ଅସ୍ତ୍ର ଆଇନ ଅଧୀନରେ ପଞ୍ଜୀକୃତ ହୋଇଛି।

ଏହି ଘଟଣା ୧୭ ଜୁଲାଇ ରାତି ପ୍ରାୟ ୯ଟା ସମୟରେ ଘଟିଥିଲା l ଅଭିଯୋଗକାରୀ ପ୍ରଭାତ କୁମାର ମାଲୁ (୪୧), ହରଦାଖଣ୍ଡି, ଶାନ୍ତି ନଗର ଦ୍ୱିତୀୟ ଗଳି, ବଡ଼ବଜାର ଥାନା, ବ୍ରହ୍ମପୁର ଜଣେ ମୁଦି ଦୋକାନୀ, ତାଙ୍କ ଦୋକାନରେ ଦୁଇ ଅଭିଯୁକ୍ତଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ।

ଅଭିଯୁକ୍ତ ଦ୍ୱୟ ହେଲେ ସିମାଞ୍ଚଳ ନାହକ ଓରଫ ପଣ୍ଡା (୨୪) ଏବଂ ଗଣେଶ ବିଶୋଇ (୨୩)। ସେମାନେ ତରବାରି ଧରି ଦୋକାନକୁ ଆସି ଅଭିଯୋଗକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ ଏବଂ ତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେ ମୋବାଇଲ ଫୋନ୍ ଉଠାଇବାରୁ ତାହା ଭାଙ୍ଗିଯାଇଥିଲା। ଗଣ୍ଡଗୋଳ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତମାନେ ଆହୁରି ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଜୁଲାଇ ୧୮ ତାରିଖରେ ପ୍ରଭାତ କୁମାର ମାଲୁଙ୍କ ଲିଖିତ ଅଭିଯୋଗ ଆଧାରେ ବଡ଼ବଜାର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

ଧାରା 126(2)/115(2)/109(1)/296/351(2)/3(5) ଏବଂ ଅସ୍ତ୍ର ଆଇନ 25/27 (ବଡ଼ବଜାର ଥାନା ମାମଲା ନଂ 523 ତା. 18.07.2026) l

ତଦନ୍ତ ସମୟରେ ଘଟଣାସ୍ଥଳରୁ ସାକ୍ଷୀଙ୍କ ଉପସ୍ଥିତିରେ ଅଭିଯୋଗକାରୀଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଗୋଟିଏ ଲୁହା ତରବାରି ଜବତ କରାଯାଇଛିl ୨୫ ଜୁଲାଇରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗଣେଶ ବିଶୋଇ (୨୩), ପିତା ସ୍ୱ. ବାଳାଜୀ ବିଶୋଇ, ହରଦାଖଣ୍ଡି ଗୌଡ଼ ସ୍ଟ୍ରିଟ୍ ଏବଂ ସିମାଞ୍ଚଳ ନାହକ ଓରଫ ପଣ୍ଡା (୨୪), ପିତା ପ୍ରତାପ ନାହକ, ହରଦାଖଣ୍ଡି ଲକ୍ଷ୍ମୀ ନୃସିଂହ ସାହି, ୮ମ ଗଳି, ବଡ଼ବଜାର, ବ୍ରହ୍ମପୁର l ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande