
କେନ୍ଦୁଝର, 26 ଜୁଲାଇ (ହି.ସ.)
ତୈଳକ ବୈଶ୍ୟ ସମାଜର ସାଧାରଣ ବୈଠକ ସମାଜର ନିଜସ୍ବ ଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଦ୍ବୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ବିଗତ ୪ ବର୍ଷ ଭିତରେ ସମାଜର ଦେହାନ୍ତି ହୋଇଥୂବା ସଦସ୍ୟ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ପରେପରେ ସମାଜର ସଭାପତି ଡ଼ା.ଜଗଦୀଶ ପ୍ରସାଦ ସାହୁ ସମସ୍ତ ସଦସ୍ୟ ମାନଙ୍କୁ ଅଭିନନ୍ଦନ ଜଣାଇ ସ୍ବାଗତ ଭାଷନା ଦେଇଥିଲେ। ସମ୍ପାଦକ ପ୍ରଭାକର ବେହେରା
ତାଙ୍କର ଅଭିଭାଷଣରେ ସଂଗଠନର କାର୍ଯ୍ୟକ୍ରମ ଓ ପ୍ରଗତି ବାବଦ ମରେ ବିବରଣୀ ପାଠ କରିଥିଲେ । କୋଷାଧ୍ଯକ୍ଷ ମାୟାଧର ସାହୁ ବିଗତ ୪ ବର୍ଷର ଆୟ ବ୍ୟୟ ବିବରଣୀ ବିସ୍ତାର ରୂପେ ପାଠ କରିଥିଲେ। ସମାଜର ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ସମାଜ ତରଫରୁ ଉତ୍ତରୀୟ ଦେଇ ସମ୍ବନ୍ଧିତ କରାଯାଇଥିଲା । ସଭା କାର୍ଯ୍ୟକୁ ଅମରବର ଖଟୁଆ ଓ ଭରତ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ। ନୂତନ ପରିଚାଳନା ପରିଷଦ ପାଇଁ ସନ୍ଦୀପ କୁମାର ବେହେରାଙ୍କ ଦ୍ବାରା ନିର୍ବାଚନ ପରିଚାଳନା କରାଯାଇ ସର୍ବସମ୍ମତି କ୍ରମେ ବସନ୍ତ କୁମାର ସାହୁ - ସଭାପତି, ବିଜୟ କୁମାର ବେହେରା, ଭରତ ଚନ୍ଦ୍ର ସାହୁ ଓ ସୁଶୀଲ କୁମାର ସାହୁ - ଉପସଭାପତି, ମାୟାଧର ସାହୁ ସମ୍ପାଦକ, ପଦ୍ମଲୋଚନ ସାହୁ, ନାରାୟଣ ସାହୁ ଓ ଭାଗିରଥୂ ସାହୁ - ସହ ସମ୍ପାଦକ ଏବଂ
ପ୍ରଭାକର ବେହେରାଙ୍କୁ କୋଷାଧ୍ୟକ୍ଷ ଭାବେ
ନିର୍ବାଚିତ କରାଯାଇଥିଲା । ସଭାକାର୍ଯ୍ୟ ଶେଷରେ ମାୟାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA