
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତ ୨୦୨୫ ବର୍ଷ ଶେଷ ସୁଦ୍ଧା ୮ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳ ସୂଚନା ଦେଇଛନ୍ତି। ଜିଲ୍ଲାରେ ଥିବା ମଦ ଦୋକାନଗୁଡ଼ିକର ନିୟମ ଅନୁଯାୟୀ ଖାଲି ମଦ ବୋତଲଗୁଡ଼ିକ ଦୋକାନୀ ସଂଗ୍ରହ କରି ଗୋଟିଏ ସ୍ଥାନରେ ରଖିବାର ନିୟମ ଥିବାବେଳେ ମଦ୍ୟପାନ କଲାପରେ ଗ୍ରାହକମାନେ ଏହି ଖାଲି ବୋତଲଗୁଡ଼ିକୁୁ ମୁଖ୍ୟରାସ୍ତା, ବିଲ, ପଡ଼ିଆ ଓ ବିଭିନ୍ନ ଗ୍ରାମ ରାସ୍ତାଗୁଡ଼ିକରେ ପକାଇବା ଫଳରେ ସ୍ଥାନୀୟ ଜନସାଧାରଣମାନେ ହଇରାଣ ହେଉଥିବାର ଅଭିଯୋଗ ପାଇବା ପରେ ଅବକାରୀ ଅଧିକ୍ଷକ ଶ୍ରୀ ମଣ୍ଡଳ ୩୨ ଜଣ ମଦ ଦୋକାନୀଙ୍କ ଠାରୁ ୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବା ସହିତ ଦୋକାନୀମାନଙ୍କୁ ତାଗିଦ୍ କରାଯାଇଛି ଯେ ଯଦି ପୁନର୍ବାର ମଦ ବୋତଲଗୁଡ଼ିକ ରାସ୍ତା ଉପରେ ବିଲରେ କିମ୍ବା ଆଖପାଖ ଅଂଚଳରେ ପକାଯାଉଥିବା ଦେଖିବାକୁ ମିଳେ ତେବେ ଦୋକାନୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି