ବିଧାୟକଙ୍କ ଚେତାବନୀ ପରେ ଆର୍ଡି ବିଭାଗର ନିଦ ଭାଙ୍ଗିଲା
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – ସାନ୍ତସାହି ପୋଲଠାରୁ ଗଣ୍ଡାଖିଆ ପୋଲ ପର୍ଯ୍ୟନ୍ତ ଆର୍ଡି ବିଭାଗର ଏହି ରାସ୍ତାଟି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ପାଇଁ ଲେଉଟିଆ ଗଛ ପାଲଟିଛି। ପ୍ରତ୍ୟେକ ବର୍ଷ ଏହି ରାସ୍ତାଟି ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥାଏ। ହେଲେ ବର୍ଷ
ବିଧାୟକଙ୍କ ଚେତାବନୀ ପରେ ଆର୍ଡି ବିଭାଗର ନିଦ ଭାଙ୍ଗିଲା ।


କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – ସାନ୍ତସାହି ପୋଲଠାରୁ ଗଣ୍ଡାଖିଆ ପୋଲ ପର୍ଯ୍ୟନ୍ତ ଆର୍ଡି ବିଭାଗର ଏହି ରାସ୍ତାଟି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ପାଇଁ ଲେଉଟିଆ ଗଛ ପାଲଟିଛି। ପ୍ରତ୍ୟେକ ବର୍ଷ ଏହି ରାସ୍ତାଟି ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥାଏ। ହେଲେ ବର୍ଷ ନପୁରୁଣୁ ରାସ୍ତାଟି ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତି ହୋଇଯାଏ। ଦୀର୍ଘ ୬ମାସରୁ ଉର୍ଦ୍ଧ୍ୱ ହେବ ଏହି ରାସ୍ତାଟି ଏତେ ପରିମାଣରେ ଖାଲ ଖମାରେ ଭର୍ତି ହୋଇଛି ଚାଲିକରି ଯିବା ମଧ୍ୟ ମୁସ୍କିଲ୍ ଅବସ୍ଥା ହୋଇଛି। ଦୈନିକ ହଜାର ହଜାର ଲୋକ ଏହି ରାସ୍ତାରେ ଚଳ ପ୍ରଚଳ କରୁଥିବାବେଳେ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଦମକଳ, ସ୍କୁଲଗାଡ଼ି ଯାତାୟତ କରିପାରୁ ନାହିଁ। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଏହି ରାସ୍ତା ପୁନଃ ନିର୍ମାଣ କରିବାକୁ ଚେତାବନୀ ଦେଇଥିବାରୁ ବିଭାଗୀୟ ଅଧିକାରୀ ତତ୍ପର ହୋଇ ରାସ୍ତାରେ ଗୋଡ଼ି ବାଲି ବିଛାଉଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଗଣ୍ଡାଖିଆ ରାସ୍ତାର ମରାମତି ଓ ପୁନରୁଦ୍ଧାର ପାଇଁ ବାରମ୍ବାର ଅଧୀକ୍ଷଣ ଯନ୍ତ୍ରୀକୁ ଅବଗତ କରାଇଥିଲେ ମଧ୍ୟ ଅଧୀକ୍ଷଣ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିଲେ। ବିଧାୟକ ଶ୍ରୀ ବେହେରା ତୁରନ୍ତ ରାସ୍ତା କାମ ନହେଲେ ଆସନ୍ତା ୨୮ ତାରିଖ ଦିନ ୧୦ଟା ସମୟରେ ଆର୍ଡି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବେବୋଲି ଚେତାବନୀ ଦେବାପରେ ବିଭାଗୀୟ ଅଧିକାରୀ ଶନିବାର ଠାରୁ କାମ ଆରମ୍ଭ କରିଥିବା ଜଣାପଡ଼ିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande