ରେଲୱେ ଭୁତଳ ପୋଲ ରେ ୫ ଫୁଟ ର ପାଣି ପ୍ରବାହିତ - ଯାତାଜାତ ଠପ
ବଲାଙ୍ଗୀର, ୨୬ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା - କୁଟାସିଂହା ମୁଖ୍ୟ ରାସ୍ତା ର ସାଲେଭଟା - ମୁରଶୁଣ୍ଢୀ ମଧ୍ୟ୍ୟ ରେ ଥିବା ରେଲୱେ ଭୁତଳ ପୋଲ ରେ ୫ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯାତାଜାତ ସମ୍ପୂର୍ଣ ଠପ ହୋଇଛି। ଗତ ରାତିରେ ପ୍ରବଳ ବର୍ଷା ହେବାରୁ ପାଚେରୀ ଡେଇଁ ପାଣି
ରେଲୱେ ଭୁତଳ ପୋଲ ରେ ୫ ଫୁଟ ର ପାଣି ପ୍ରବାହିତ - ଯାତାଜାତ ଠପ |


ରେଲୱେ ଭୁତଳ ପୋଲ ରେ ୫ ଫୁଟ ର ପାଣି ପ୍ରବାହିତ - ଯାତାଜାତ ଠପ |


ବଲାଙ୍ଗୀର, ୨୬ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା - କୁଟାସିଂହା ମୁଖ୍ୟ ରାସ୍ତା ର ସାଲେଭଟା - ମୁରଶୁଣ୍ଢୀ ମଧ୍ୟ୍ୟ ରେ ଥିବା ରେଲୱେ ଭୁତଳ ପୋଲ ରେ ୫ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯାତାଜାତ ସମ୍ପୂର୍ଣ ଠପ ହୋଇଛି। ଗତ ରାତିରେ ପ୍ରବଳ ବର୍ଷା ହେବାରୁ ପାଚେରୀ ଡେଇଁ ପାଣି ପୋଲକୁ ପସୁଛି। ପୋଲ ର ଉଭୟ ପାର୍ଶ୍ୱ ରେ ଉଚ୍ଚ କାନ୍ଥ ଥିବାରୁ ଏବଂ ଏହା ଖାଲୁଆ ହୋଇଥିବା ରୁ ପାଣି ନିଷ୍କାସନ ହୋଇପାରୁନାହିଁ। ପୋଖରୀ ସଦୃଶ ପାଣି ଜମି ରହୁଛି। ଖାଲୁଆ ସ୍ଥାନ ରେ ଏହି ଭୁତଳ ପୋଲ ନିର୍ମାଣ ହୋଇଥିବାରୁ ଅସରାଏ ବର୍ଷା ରେ ବି ସ୍ଥିତି ଅସମ୍ଭାଳ ହୋଇ ପଡୁଛି। ଏହି ରାସ୍ତା ସାଲେଭଟା ରୁ ସୁବର୍ଣ୍ଣପୁର କୁ ଯୋଡି ହୋଥିବାରୁ ସବୁବେଳେ ହଜାର ହଜାର ଯାନବାହାନ ଚଳାଚଳ ଚଳାଚଳ କରୁଥିଲା ଏବଂ ବାରୁମ୍ବାର ଫାଟକ ପଡୁଥିବାରୁ ଅଂଚଳବାସୀଙ୍କ ଓଭର ବ୍ରିଜ ଦାବୀ ସତ୍ୱେ ବି ରେଳ ବିଭାଗ ପକ୍ଷ ରୁ କିଛି ବର୍ଷ ହେଲା ଅଣ୍ଡର ପାସ ନିର୍ମାଣ କରାଯାଇଥିଲା। ଫଳରେ ସେ ସମୟ ରେ ଅଂଚଳ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।ଆଜିର ଏଭଳି ସ୍ଥିତି ରେ ସମସ୍ତ ଜରୁରୀ ସେବା ବନ୍ଦ ହୋଇ ଯାଇଛି ମୁଖ୍ୟମନ୍ତ୍ରୀ ବସ ସେବା ପିଲାଙ୍କ ସ୍କୁଲ କଲେଜ ଏପରିକି ରୋଗୀଙ୍କୁ ନେବା ପାଇଁ ଆସୁଥିବା ଏକ ଆମ୍ବୁଲାନ୍ସ ମଧ୍ୟ୍ୟ ଏଠାରୁ ଫେରି ଯାଇଥିବା ଦେଖା ଯାଇଛି। ଏହି ଭୁତଳ ପୋଲ ନିର୍ମାଣ ସମୟ ରେ ଅଂଚଳ ବାସୀ ଏଠି ଭୁତଳ ପୋଲ ପରିବର୍ତେ ଓଭର ବ୍ରିଜ ନିର୍ମାଣ କରିବାକୁ ବିଭାଗଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣେଇବା ସହ ରେଳ ମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ସମୟ ରେ ଅଂଚଳବାସୀ ଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏନେଇ ରେଳ ରୋକ ମଧ୍ୟ୍ୟ ଏଠାରେ କରାଯଇଥିଲା। ତେବେ ପ୍ରତିବର୍ଷ ବର୍ଷା ଦିନ ଆସିଲେ ଏଭଳି ସ୍ଥିତି ଲାଗି ରହୁଥିବା ରୁ ଅଂଚଳ ବାସୀ ଏଠାରେ ଓଭର ବ୍ରିଜ ନିର୍ମାଣ କରିବାକୁ ଦାବୀ କରୁଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande