ସ୍ୱାଧୀକୀକାର ଯୁବ ସାମ୍ବାଦିକ ଦୀପକ ନାୟକଙ୍କୁ ସମ୍ବର୍ଦ୍ଧନାନିର୍ଭୀକ ସାମ୍ବାଦିକତା ପାଇଁ ପ୍ରେରଣା
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଆରାଧ୍ୟ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ଆଜି କ୍ଷତ୍ରିୟ ଖଣ୍ଡାୟତ ମହାସଂଘ କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱାରା ରଥ ବଡ଼ ଦାଣ୍ଡରେ ଏକ ବିଶେଷ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ଆଜିର ଏହି କାର୍ୟ୍ୟକ୍ରମରେ ଦିନ ତମାମ ଆଗନ୍ତୁକ ୫
ସ୍ୱାଧୀକୀକାର ଯୁବ ସାମ୍ବାଦିକ ଦୀପକ ନାୟକଙ୍କୁ ସମ୍ବର୍ଦ୍ଧନାନିର୍ଭୀକ ସାମ୍ବାଦିକତା ପାଇଁ ପ୍ରେରଣା


କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଆରାଧ୍ୟ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ଆଜି କ୍ଷତ୍ରିୟ ଖଣ୍ଡାୟତ ମହାସଂଘ କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱାରା ରଥ ବଡ଼ ଦାଣ୍ଡରେ ଏକ ବିଶେଷ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ଆଜିର ଏହି କାର୍ୟ୍ୟକ୍ରମରେ ଦିନ ତମାମ ଆଗନ୍ତୁକ ୫ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଏଥିସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଭାବାନ ବ୍ୟକ୍ତିତ୍ୱମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଳି ବ୍ଲକ ର ଯୁବ ସାମ୍ବାଦିକ ଦୀପକ କୁମାର ନାୟକଙ୍କୁ ତାଙ୍କର ନିର୍ଭିକ ସାମ୍ବାଦିକତା ଏବଂ ନିରବଛିନ୍ନ କାର୍ଯ୍ୟଦକ୍ଷତା ପାଇଁ ମାନପତ୍ର, ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜରେ ସତ୍ୟର ଆଲୋକ ବିସ୍ତାର କରୁଥିବା ଯୁବ ସାମ୍ବାଦିକମାନଙ୍କ ସହ ବିଭିନ୍ନ କ୍ଷେତ୍ରରେ ବହୁ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଜି ଏଠାରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କ୍ଷ ଆଜିର ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଳିର ରାଜା ତଥା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ରାଜ୍ୟ ଉପଦେଷ୍ଟା ବ୍ରଜକେଶରୀ ଦେବ ଯୋଗ ଦେଇଥିଲେ। ତାଙ୍କ ସହ ମହାସଂଘର ଜିଲ୍ଲା ସଭାପତି ଶରତ କୁମାର ବେହୁରା, ରାଜ୍ୟ ଆବାହକ ସୁଧାଂଶୁ ଶେଖର ବେହୁରା, ଜିଲ୍ଲା ଉପଦେଷ୍ଟା ଧନେଶ୍ୱର ରାଉତ, ସଂଯୋଜକ ଚନ୍ଦନ କୁମାର ପରିଡ଼ା, କାଯ୍ୟକାରୀ ସଭାପତି ଗୋଲେଖ ପଢ଼ିଆରୀ, ଜିଲ୍ଲା ସମ୍ପାଦକ ସୁମନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ୟ୍ୟକ୍ରମକୁ କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ମଞ୍ଜୁଲତା ବେହେରା, ସହଦେବ ସିଂ, ମିନତୀ ମହାନ୍ତି ଙ୍କ ସହ ଅନ୍ୟ ସମସ୍ତ ଉପସ୍ଥିତ କର୍ମକର୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande