
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଭୀମଭୋଇ
ମେଡିକାଲରେ ଜଟିଳ ଅସ୍ତ୍ରୋପଚାର ସଫଳ କରିଥିବା ଡାକ୍ତରୀ ଟିମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ ମନ୍ତ୍ରୀ
କହିଛନ୍ତି ଯେ, ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ବିଭାଗର ଡାକ୍ତର ଡ଼
ସରୋଜ ଗୋଚ୍ଛାୟତ, ଡ଼
ସୁମିତ ସାମଲ, ଡ଼ ଅନିଲ ବେହେରା,
ଡ଼ ସତ୍ୟବ୍ରତ ସାମଲ,
ଆନାସ୍ଥେସିଆ ଡ଼ ନେହା ପାଢ଼ୀ ଓ ଟିମ ଜଣେ ବ୍ୟକ୍ତିଙ୍କ ଛାତିରେ
ପଶିଥିବା କୋଦାଳକୁ ସଫଳତାର ସହ ସୁରକ୍ଷିତ ଭାବେ ବାହାର କରି ତାଙ୍କ ଜୀବନ ରକ୍ଷା କରିଛନ୍ତି।
ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳ କରିଥିବା ସମସ୍ତ ଡାକ୍ତରୀ ଦଳ ଓ ସହଯୋଗ କରିଥିବା
ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ସାଧୁବାଦ। ସେମାନଙ୍କର ଦକ୍ଷତା, ସମର୍ପଣ
ଓ ସେବାଭାବ ଓଡ଼ିଶାର ସ୍ୱାସ୍ଥ୍ୟସେବା ପ୍ରତି ଆମର ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା