
ଜୟପୁର, ୨୬ ଜୁଲାଇ (ହି.ସ.)- ସ୍ୱେଚ୍ଛାସେବୀ ସଂଗଠନ ସିୱା ପକ୍ଷରୁ ଆଜି ଜୟପୁର ସିଟି ହାଇସ୍କୁଲରେ ଜି. ଭି. ରେଡ୍ଡୀଙ୍କ ନେତୃତ୍ୱରେ ଏକ ଆନ୍ତଃବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜୟପୁରର ବିଭିନ୍ନ ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀର ୩୧ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।ପ୍ରାଥମିକ ପର୍ଯ୍ୟାୟରୁ ଆୟୁଷ ପଟ୍ଟନାୟକ (ସିଟି ହାଇସ୍କୁଲ), ସୁମିତ୍ରା ପଣ୍ଡା (ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ), ଡିମ୍ପଲ ଅଖୟ କୁଡୁକୁଲା (ମଡର୍ଣ୍ଣ ଇଂଲିଶ୍ ସ୍କୁଲ), ଅନନ୍ୟା ତ୍ରିପାଠୀ (ଏସ୍ଏସ୍ଭିଏମ୍ ସାରଦା ବିହାର), ଶ୍ରେୟାଂଶ ଶତପଥୀ (ପ୍ରକାଶ ବିଦ୍ୟାଳୟ) ଏବଂ ଶୁଭ୍ରାଂଶୁ ଶେଖର ନନ୍ଦ (ଏସ୍ଏସ୍ଭିଏମ୍ ସାରଦା ବିହାର) ଫାଇନାଲକୁ ଉନ୍ନୀତ ହୋଇଥିଲେ। ଫାଇନାଲ ପ୍ରତିଯୋଗିତା ୬ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଶେଷ ପର୍ଯ୍ୟାୟ କ୍ୱିକ୍ ଫାୟାର ରାଉଣ୍ଡ ବେଶ୍ ରୋମାଞ୍ଚକର ହୋଇଥିଲା। କୁଇଜ୍ ପରିଚାଳନା କରିଥିଲେ ଜି. ଭି. ରେଡ୍ଡୀ, ପ୍ରତାପ ପଟ୍ଟନାୟକ, ଅଜୟ ମିଶ୍ର, ପ୍ରଦୀପ୍ତ ସାହୁ, ସୌମ୍ୟ ରଞ୍ଜନ ଦୋଳାଇ ଓ ବିଶ୍ୱଜିତ ମିଶ୍ର। ସ୍କୋରିଂ ଦାୟିତ୍ୱରେ ଥିଲେ କେ. ମୋହନ ରାଓ, ଆନନ୍ଦ ମୁଣ୍ଡ୍ରା ଓ ରମେଶ ପଟ୍ଟନାୟକ। ସୁଧାକର ପାମାର୍କ ଓ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ପ୍ୟାନେଲିଷ୍ଟ ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତାରେ ଆୟୁଷ ପଟ୍ଟନାୟକ (ସିଟି ହାଇସ୍କୁଲ, ଜୟପୁର) ପ୍ରଥମ, ଶ୍ରେୟାଂଶ ଶତପଥୀ (ପ୍ରକାଶ ବିଦ୍ୟାଳୟ) ଦ୍ୱିତୀୟ ଏବଂ ଶୁଭ୍ରାଂଶୁ ଶେଖର ନନ୍ଦ (ଏସ୍ଏସ୍ଭିଏମ୍ ସାରଦା ବିହାର) ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଜେତାମାନଙ୍କୁ ନଗଦ ପୁରସ୍କାର, ସ୍ମାରକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀ ଚନ୍ଦନ କୁମାର ନାୟକ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଶ୍ରୀ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ଅତିଥିମାନେ ସିୱାର ଏହି ପଦକ୍ଷେପକୁ ପ୍ରଶଂସା କରି ଛାତ୍ରଛାତ୍ରୀଙ୍କ ଜ୍ଞାନ, ସାଧାରଣ ସଚେତନତା ଓ ପ୍ରତିଯୋଗିତାମୂଳକ ମନୋଭାବ ବିକାଶରେ ଏଭଳି କାର୍ଯ୍ୟକ୍ରମ ସହାୟକ ବୋଲି କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି