
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ବିଶ୍ୱ ଜୁନିୟର
ସ୍କ୍ୱାଶ୍ ଚାମ୍ପିଅନଶିପ୍ରେ ଟାଇଟେଲ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ସ୍କ୍ୱାଶ୍
ଖେଳାଳି ଅନାହତ ସିଂହଙ୍କୁ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଦେଇଥିବା ବାର୍ତ୍ତାରେ କହିଛନ୍ତି
ଯେ, ଅନାହତ ସିଂହଙ୍କ ଏହି ଐତିହାସିକ
ସଫଳତା ସମଗ୍ର ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଏହି ସଫଳତା କେବଳ ବିଶ୍ୱସ୍ତରରେ ଭାରତର ଗୌରବ
ବୃଦ୍ଧି କରିନାହିଁ, ବରଂ ଦେଶର ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାର ଉତ୍ସ
ପାଲଟିଛି।
ସେ ଅନାହତ ସିଂହଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି କହିଛନ୍ତି ଯେ, ତାଙ୍କର ଏହି ସଫଳତା
ଆଗାମୀ ଦିନରେ ଆହୁରି ବଡ଼ ବଡ଼ କୃତିତ୍ୱ ହାସଲ କରିବାର ପଥକୁ ପ୍ରଶସ୍ତ କରିବ।
ଅନାହତ ସିଂହଙ୍କ ଏହି ବିଜୟକୁ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ
ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ବିବେଚନା କରାଯାଉଛି। ଏହା ଅନ୍ତର୍ଜାତୀୟ ସ୍ତରରେ ଭାରତର ସଶକ୍ତ
ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା