
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- କାର୍ଗିଲ ବିଜୟ
ଦିବସରେ ବୀର ଯବାନଙ୍କ ଅତୁଳନୀୟ ସାହସକୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାର୍ଗିଲ ବିଜୟ ଦିବସ କେବଳ ଏକ
ବିଜୟର ସ୍ମୃତି ନୁହେଁ, ଏହା ଭାରତୀୟ ସେନାର ଅଦମ୍ୟ ସାହସ, ଅତୁଳନୀୟ ପରାକ୍ରମ ଓ
ମାତୃଭୂମି ପ୍ରତି ସର୍ବୋଚ୍ଚ ସମର୍ପଣର ପ୍ରତୀକ । ଏହି ଗୌରବମୟ ଅବସରରେ କାର୍ଗିଲ ଯୁଦ୍ଧର ସମସ୍ତ
ବୀର ସହିଦଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଓ ସାହସୀ ବୀର ଯବାନମାନଙ୍କୁ ଶତ ଶତ ନମନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା