ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନାରେ ରାସ୍ତା ଉନ୍ନତିକରଣ ପାଇଁ ଶୁଭ ଦେଲେ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଆଜି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନା ଆନୁକୂଲ୍ୟରେ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ମା'' ସେନାପତି ମନ୍ଦିର ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହି ଅବସରର
ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନାରେ ରାସ୍ତା ଉନ୍ନତିକରଣ ପାଇଁ     ଶୁଭ ଦେଲେ ଗୋକୁଳାନନ୍ଦ ମଲ୍ଲିକ


ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଆଜି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ

ଯୋଜନା ଆନୁକୂଲ୍ୟରେ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ମା' ସେନାପତି ମନ୍ଦିର

ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ

ଗୋକୁଳାନନ୍ଦ ମଲ୍ଲିକ। ଏହି ଅବସରରେ ସେ କହିଛନ୍ତି ଯେ, ଏହି ସୁଦୃଢ଼ ରାସ୍ତା ନିର୍ମାଣ ଦ୍ୱାରା

ଅଞ୍ଚଳବାସୀଙ୍କ ଯାତାୟାତ ସୁଗମ ହେବା ସହ ମା' ସେନାପତିଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ

ବିଶେଷ ଭାବରେ ଉପକୃତ ହେବେ। ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ଲୋକଙ୍କ ଜୀବନଧାରାରେ ସୁଧାର

ଆଣିବା ଆମ ସରକାରଙ୍କ ପ୍ରାଥମିକତା।

ଏହା ସହିତ ଆଦିପୁର ଗ୍ରାମଦେବତୀ ମନ୍ଦିର ଠାରୁ ଭାୟା ବାରଦପଟା

ବିରଞ୍ଚିପୁର, ପୂର୍ତ୍ତ ବିଭାଗ ରାସ୍ତା ଏବଂ

ଉପରସାହି ଠାରୁ ଗ୍ରାମ ଉନ୍ନୟନ ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା।

ଏହି ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ଯାତାୟତ ସୁଗମ ହେବା ସହ ଆଞ୍ଚଳିକ

ଗମନାଗମନ ଓ ଆର୍ଥିକ ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବ। ସମୃଦ୍ଧ ଓ ସଶକ୍ତ ଗ୍ରାମାଞ୍ଚଳ ଗଠନ

ପାଇଁ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande