କାର୍ଗିଲ ବିଜୟ ଦିବସରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନଙ୍କୁ ରାଜ୍ୟପାଳଙ୍କ ଶ୍ରଦ୍ଧାଂଜଳି
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- କାର୍ଗିଲ ବିଜୟ ଦିବସରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନଙ୍କୁ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, କାର୍ଗିଲ ବିଜୟ ଦିବସ ଅବସରରେ ମାତ
କାର୍ଗିଲ ବିଜୟ ଦିବସରେ     ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନଙ୍କୁ ରାଜ୍ୟପାଳଙ୍କ ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 26 ଜୁଲାଇ (ହି.ସ.)- କାର୍ଗିଲ ବିଜୟ

ଦିବସରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନଙ୍କୁ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି

ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, କାର୍ଗିଲ

ବିଜୟ ଦିବସ ଅବସରରେ ମାତୃଭୂମିର ସୁରକ୍ଷା ପାଇଁ ନିଜ ପ୍ରାଣର ସର୍ବୋଚ୍ଚ ବଳିଦାନ ଦେଇଥିବା

ସମସ୍ତ ବୀର ସୈନିକଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।

ରାଜ୍ୟପାଳ କହିଛନ୍ତି ଯେ, ସେମାନଙ୍କର

ଅଦମ୍ୟ ସାହସ, ଅତୁଳନୀୟ ପରାକ୍ରମ ଏବଂ ରାଷ୍ଟ୍ର ପ୍ରତି ଅଟୁଟ ସମର୍ପଣ ସଦାସର୍ବଦା

ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ। କୃତଜ୍ଞ ରାଷ୍ଟ୍ର ସେମାନଙ୍କର ଅମୂଲ୍ୟ ବଳିଦାନକୁ ସର୍ବଦା

ସ୍ମରଣରେ ରଖିବ ଏବଂ ସେମାନଙ୍କର ବୀରତ୍ୱଗାଥା ଆଗାମୀ ପିଢ଼ିମାନଙ୍କ ମନରେ ରାଷ୍ଟ୍ରସେବା, କର୍ତ୍ତବ୍ୟନିଷ୍ଠା

ଓ ଦେଶପ୍ରେମର ଭାବନାକୁ ଚିରକାଳ ଜାଗ୍ରତ କରି ରଖିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande