ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ଜୟନ୍ତୀରେ ତାଙ୍କ ସ୍ମରଣ କଲେ ରାଜ୍ୟପାଳ
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ଜ
ସ୍ୱାଧୀନତା ସଂଗ୍ରାମୀ ମାଳତୀ     ଚୌଧୁରୀଙ୍କ ଜୟନ୍ତୀରେ ତାଙ୍କ ସ୍ମରଣ କଲେ ରାଜ୍ୟପାଳ


ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ସ୍ୱାଧୀନତା

ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ

କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା

ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ରାଜ୍ୟପାଳ କହିଛନ୍ତି ଯେ, ସ୍ୱାଧୀନତା

ସଂଗ୍ରାମ, ଗ୍ରାମୀଣ

ବିକାଶ, ଶିକ୍ଷା

ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇରହିବ। ଜନକଲ୍ୟାଣ

ପ୍ରତି ତାଙ୍କର ନିଷ୍ଠା, ସେବା ମାନୋଭାବ ଓ ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ

ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande