ଓ ଡି ଏମ୍ ମହାସଂଘ ତରଫରୁ ସାମ୍ବାଦିକ ସୁଶାନ୍ତ ପୋଥାଳଙ୍କୁ ସମ୍ବର୍ଦ୍ଧନା
ଭୁବନ, ୨୬ ଜୁଲାଇ (ହି.ସ.)- ଓଡ଼ିଶା ଡିଜିଟାଲ ମିଡିଆ(ଓ ଡି ଏମ୍) ମହାସଂଘ ଢେ଼ଙ୍କାନାଳ ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱର ସ୍ଥିତ ରୋଟାରୀ ଭବନ ଠାରେ ଓ ଡି ଏମ୍ ଏମ ରାଜ୍ୟ ସଭାପତି ମନୋଜ କୁମାର ଶତପଥୀଙ୍କ ଅଧ୍ୟକ୍ଷତ
ସୁଶାନ୍ତ ପୋଥାଳ


ଭୁବନ, ୨୬ ଜୁଲାଇ (ହି.ସ.)- ଓଡ଼ିଶା ଡିଜିଟାଲ ମିଡିଆ(ଓ ଡି ଏମ୍) ମହାସଂଘ ଢେ଼ଙ୍କାନାଳ ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱର ସ୍ଥିତ ରୋଟାରୀ ଭବନ ଠାରେ ଓ ଡି ଏମ୍ ଏମ ରାଜ୍ୟ ସଭାପତି ମନୋଜ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଶିଷ୍ଟ ସମାଜସେବୀ ଡଃ. ରାଜ କୁମାର ଯାଦବ, ଅବସରପ୍ରାପ୍ତ ଖଣି ଅଧିକାରୀ ତଥା ସମାଜସେବୀ ସାରଦା ପ୍ରସାଦ ଷଡ଼ଙ୍ଗୀ, ସମାଜସେବୀ ସୂର୍ଯ୍ୟ ନାରାୟଣ କର, ଓ ଡି ଏମ୍ ଏମ ସାଧାରଣ ସମ୍ପାଦକ କବିରାଜ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ମିରାବାଇ ଦେଓ, ସୂର୍ଯ୍ୟକାନ୍ତ ଖେଡୁଆଳ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଶ୍ରୀ ପୋଥାଳଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଏନେଇ ଭୁବନ ସାମ୍ବାଦିକ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀ ପୋଥାଳଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande