
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ପବିତ୍ର ଅଧରପଣା
ନୀତିର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ସେ କହିଛନ୍ତି ଯେ, ପବିତ୍ର ଅଧରପଣା ନୀତି ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଦେଶବାସୀଙ୍କୁ
ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଉପମୁଖ୍ୟମନ୍ତ୍ରୀ କେଭି
ସିଂହଦେଓ କହିଛନ୍ତି ଯେ, ରଥଯାତ୍ରାର ଏହି ଅନନ୍ୟ ପର୍ବରେ ରଥ ଉପରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର
ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଅର୍ପିତ ହେଉଥିବା ସୁବାସିତ 'ଅଧରପଣା' ସାରା
ଜଗତ ପାଇଁ ମଙ୍ଗଳମୟ ହେଉ। ମହାପ୍ରଭୁଙ୍କର ଏହି ଦିବ୍ୟ ଲୀଳା ଆପଣଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି
ଓ ସୁସ୍ଥତା ଆଣିଦେଉ, ଏହାହିଁ ମହାବାହୁଙ୍କ ଶ୍ରୀଚରଣରେ କୋଟି କୋଟି ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା