
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ପଣ୍ଡିତ
ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ
କହିଛନ୍ତି ଯେ, ସତ୍ୟବାଦୀ ଯୁଗର ଅମର ସାଧକ,
ବିଶିଷ୍ଟ ସାହିତ୍ୟିକ ତଥା ସଂଗ୍ରାମୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ
ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ
କରୁଅଛି।
ସେ କହିଛନ୍ତି ଯେ, ଓଡ଼ିଆ
ଭାଷା, ସାହିତ୍ୟ
ଓ ସଂସ୍କୃତିର ସୁରକ୍ଷା ତଥା ପ୍ରସାର ପାଇଁ ତାଙ୍କର ଅସାଧାରଣ ଅବଦାନ ଓ ସ୍ୱତନ୍ତ୍ର ଓଡ଼ିଶା
ପ୍ରଦେଶ ଗଠନରେ ତାଙ୍କର ତ୍ୟାଗ ଅତୁଳନୀୟ। ତାଙ୍କର ଅମର ସାହିତ୍ୟ କୃତି ଏବଂ ଦେଶସେବାର ଆଦର୍ଶ
ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସଦା ସ୍ମରଣୀୟ ହୋଇରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା