
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ସ୍ୱର୍ଗତ ମାଳତୀ
ଚୌଧୁରୀଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ବିଶିଷ୍ଟ ସ୍ଵାଧୀନତା
ସଂଗ୍ରାମୀ ସ୍ୱର୍ଗତ ମାଳତୀ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା