
ଭୁବନେଶ୍ୱର,
26 ଜୁଲାଇ (ହି.ସ.) ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ
ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ପ୍ରସିଦ୍ଧ କାର୍ଯ୍ୟକ୍ରମମନ କି ବାତ ର ୧୩୬ତମ ସଂସ୍କରଣ ଶୁଣିଛନ୍ତି।
ସେ କହିଛନ୍ତି ଯେ,
କାର୍ଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ
ଜୁଲାଇ ୨୬ର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ, ଯାହାକୁ ସମଗ୍ର
ଦେଶକାରଗିଲ ବିଜୟ ଦିବସ ଭାବେ ପାଳନ କରୁଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ଦିନ ଏପରି ଥାଏ ଯାହାକୁ ସ୍ମରଣରେ ରଖିବା ପାଇଁ
କ୍ୟାଲେଣ୍ଡରର ଆବଶ୍ୟକତା ହୁଏ ନାହିଁ।
ମନ୍ତ୍ରୀ ଗଣ୍ଡ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀକ୍ୟାଚ ଦି ରେୱନ ଅଭିଯାନରେ ଭୁବନେଶ୍ୱରର
ପ୍ରୟାସକୁ ପ୍ରଶଂସା କରିଥିଲେ। ଏହା ସହିତ କ୍ରୀଡା କ୍ଷେତ୍ରରେ ଦେଶର ସଫଳତା ଓବିକ୍ରମ 1 ସଫଳତା ସମ୍ପର୍କରେ ମଧ୍ୟ ଦେଶବାସୀଙ୍କୁ ମାର୍ଗଦର୍ଶନ
ଦେଇଥିବା ଉଲ୍ଲେଖ କରିଛନ୍ତି।
ଶେଷରେ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା
ନିଶ୍ଚୟ ଭାବରେ ଦେଶବାସୀଙ୍କ ମନରେ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିବାରେ ସହାୟକ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ