
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ପବିତ୍ର ଅଧର
ପଣା ନୀତିର ଅଭିନନ୍ଦନ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଅଧର ପଣା ନୀତି ଅବସରରେ ସମସ୍ତଙ୍କୁ
ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
ମନ୍ତ୍ରୀ କହିଛନ୍ତି ଯେ, ଅଧର
ପଣା ଵିଧି ଅନୁଯାୟୀ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଧର ଉଚ୍ଚତାର ମୋଟ ୯ଟି ବିଶାଳ
ମାଟି ହାଣ୍ଡିରେ ସୁବାସିତ ପଣା ଲାଗି କରାଯାଏ। ପୂଜା ପରେ ଏହି ହାଣ୍ଡିଗୁଡ଼ିକୁ ରଥ ଉପରେ
ଭାଙ୍ଗି ଦିଆଯାଏ, ଯାହାଦ୍ୱାରା ରଥରେ ଥିବା ପାର୍ଶ୍ୱ ଦେବଦେବୀ ଓ ଅଶରୀରୀ ଆତ୍ମାମାନେ
ଏହାକୁ ଗ୍ରହଣ କରି ମୁକ୍ତି ଲାଭ କରନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା