
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- କାର୍ଗିଲ ବିଜୟ
ଦିବସରେ ବୀର ଯବାନଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, କାର୍ଗିଲ ବିଜୟ ଦିବସ ଅବସରରେ ଦେଶର ସୁରକ୍ଷା
ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ସେ କହିଛନ୍ତି ଯେ, ତାଙ୍କର
ତ୍ୟାଗ, ବଳିଦାନ
ଏବଂ ଶୌର୍ଯ୍ୟ ଯୁଗ ଯୁଗ ଧରି ଆମକୁ ପ୍ରେରିତ କରିବ। ଜୟ ହିନ୍ଦ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା