
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- କାର୍ଗିଲ ବିଜୟ
ଦିବସରେ ସହିଦ ଯବାନଙ୍କ ବଳିଦାନକୁ ନମନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, କାର୍ଗିଲର ଉଚ୍ଚ ପାହାଡ଼ରେ ଅସାଧାରଣ ସାହସର ସହ
ଯୁଦ୍ଧ କରି ଆମକୁ ବିଜୟ ଦେଇଥିବା ସମସ୍ତ ବୀର ସୈନିକଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। କାର୍ଗିଲ
ବିଜୟ ଦିବସ ଅବସରରେ ମୁଁ ସମଗ୍ର ଦେଶ ସହ ମିଶି ମାତୃଭୂମିର ସୁରକ୍ଷା ପାଇଁ ଅତୁଳନୀୟ ସାହସର ସହ ଯୁଦ୍ଧ
କରି ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ବୀର ସହିଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା