
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ନାରୀନେତ୍ରୀ
ମାଳତୀ ଚୌଧୁରୀଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ
ତଥା କ୍ରାନ୍ତିକାରୀ ନାରୀନେତ୍ରୀ ମାଳତୀ ଚୌଧୁରୀଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି।
ଦେଶର ସ୍ୱାଧୀନତା ପାଇଁ ପ୍ରଜାମଣ୍ଡଳ ଆନ୍ଦୋଳନରେ ତାଙ୍କର ସକ୍ରିୟ ଯୋଗଦାନ, ଅମାପ
ଦେଶପ୍ରେମ ସର୍ବଦା ପ୍ରେରଣାଦାୟୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା