
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ପଂଚାୟତର ସରପଂଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଛି ଅନାସ୍ଥା। ପଂଚାୟତର ୨୧ ଜଣ ୱାର୍ଡ଼ମେମ୍ବର ଜୁଲାଇ ୨୩ରେ ଏ ନେଇ ସବ୍କଲେକ୍ଟରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ୱାର୍ଡ଼ମେମ୍ବରମାନଙ୍କ ଠାରୁ ଅନାସ୍ଥା ପତ୍ର ପାଇବା ପରେ ଉପଜିଲାପାଳ ମହାକାଳପଡ଼ା ବିଡିଓଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ପରବର୍ତୀ ପ୍ରକ୍ରିୟା ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏ ସମ୍ପର୍କିତ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିଥିବା ୱାର୍ଡ଼ମେମ୍ବରମାନଙ୍କର ଆସନ୍ତା ଜୁଲାଇ ୨୭ରେ ସବ୍କଲେକ୍ଟର ଅଫିସରେ କାଗଜପତ୍ର ଯାଂଚ ହେବ। ତେବେ ଏନେଇ ସବ୍କଲେକ୍ଟରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
.......................................
ହିନ୍ଦୁସ୍ଥାନ ସମାଚାର / ରବି