ପାଚିକା ଓ ସହାୟିକାଙ୍କ କର୍ମଶାଳା ଅନୁଷ୍ଠିତ
ଜୟପୁର, ୨୬ ଜୁଲାଇ (ହି.ସ.)- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଭୁବନେଶ୍ବରଙ୍କ ନିର୍ଦ୍ଦେଶନାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ତରଫରୁ ପାଚିକା ସହାୟିକା ମାନଙ୍କର ଏକ କର୍ମଶାଳା ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ଜେଇଏଲସି ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ
ପାଚିକା ଓ ସହାୟିକାଙ୍କ କର୍ମଶାଳା ଅନୁଷ୍ଠିତ


ଜୟପୁର, ୨୬ ଜୁଲାଇ (ହି.ସ.)- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଭୁବନେଶ୍ବରଙ୍କ ନିର୍ଦ୍ଦେଶନାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ତରଫରୁ ପାଚିକା ସହାୟିକା ମାନଙ୍କର ଏକ କର୍ମଶାଳା ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ଜେଇଏଲସି ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ଜୟପୁର ପୈରପରିଷଦ ସାଧନ କେନ୍ଦ୍ର ର ସମସ୍ତ ପାଚିକା ସହାୟିକାଙ୍କ ସମେତ ବାରିଣିପୁଟ, କୁନ୍ତର ଖାଲ, ଫାମ୍ପୁଣି ଓ ଡିମଳା ଗୋଷ୍ଠୀ ସାଧନ କେନ୍ଦ୍ର ର ୨୫୨ ଜଣ ପାଚିକା ସହାୟିକା ଯୋଗଦାନ କରିଥିଲେ। ରୋଷେଇ ଘରକୁ ସଫା ସୁତୁରା ରଖିବା, ପିଲା ମାନଙ୍କୁ କେମିତି ସ୍ୱାସ୍ଥ୍ୟକର ଖାଦ୍ୟର ପରିବେଷଣ କରିବା ଓ ଗ୍ୟାସ ର ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷିତ ଶିକ୍ଷକ ମାନେ ପ୍ରଶିକ୍ଷଣ ଦେଇଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଉକ୍ତ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ମନୋଜ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ ହିସାବ ରକ୍ଷକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶଶି ଭୂଷଣ ଦାଶ୍ ବରିଷ୍ଠ ସହାୟକ, କେ ଗୋପାଳ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ରଞ୍ଜିତ ମହାନ୍ତି ହିସାବ ରକ୍ଷକ ସର୍ବଶିକ୍ଷା ଅଭିଯାନ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ରୁଦ୍ର ପ୍ରସନ୍ନ ପାଣିଗ୍ରାହୀ, ସଂଯୁକ୍ତା ରାଉତ, ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ମିଶ୍ର, ପ୍ରଶିକ୍ଷକ ରଘୁରାମ ଖିଲ, ମନୋରଞ୍ଜନ ପଲେଇ, ଅଶୋକ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। କର୍ମଶାଳାରେ ଯୋଗଦାନ କରିଥିବା ସମସ୍ତ ପାଚିକା ସହାୟିକା ମାନଙ୍କୁ କାର୍ଯ୍ୟାଳୟ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande