
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଧର୍ମେନ୍ଦ୍ର
ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି
ପ୍ରଦୀପ ଦିଶାରୀ । ସେ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ବହୁ ଆଗରୁ ଇସ୍ତଫା ଦେବା କଥା ।
ନବୀନ ପଟ୍ଟନାୟକ ଏହା ଦାବି କରିଥିଲେ । ବହୁ ବିଳମ୍ବରେ ଇସ୍ତଫା ଦେଲେ ।. ଜନ୍ତର ମନ୍ତରରେ
ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ହେଲା । ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ବି ଇସ୍ତଫା ଦେବା କଥା ।
ହେଲେ ଗଣତନ୍ତ୍ରକୁ ବିରୋଧ କରୁଛି ବିଜେପି । ବହିରେ ତ୍ରୁଟି, ହେଲେ ସରକାର ବେଖାତିର ।
ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ । ଏତେ ବଡ଼ ଭୁଲ କେବେ ଓଡ଼ିଶାରେ ହୋଇ ନଥିଲା । ଲୋକଙ୍କ ରାଜସ୍ୱ ନଷ୍ଟ ହେଲା । ପିଲାଙ୍କ ଭବିଷ୍ୟତ
ଅନ୍ଧାର । ଉତ୍ତର ଦାୟିତ୍ୱ ନେଇ ଇସ୍ତଫା ଦେବା କଥା ଗଣଶିକ୍ଷା ମନ୍ତ୍ରୀ ବୋଲି ପ୍ରଦୀପ ଦିଶାରୀ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା