
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ବିରୋଧୀ ଦଳର ଭୂମିକା ନେଇ ନବୀନ ମାର୍ଗଦର୍ଶନ କରୁଛନ୍ତି
ବୋଲି କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ଦିଶାରୀ କହିଛନ୍ତି । ସେ କହିଛନ୍ତି ଯେ, ଗତକାଲି
କଳାହାଣ୍ଡି ଜିଲ୍ଲା ନେତାଙ୍କ ସହ ନବୀନ ପଟ୍ଟନାୟକ ଭେଟିଲେ । ସଂଗଠନ ସୁଦୃଢ, ପଞ୍ଚାୟତ ଓ ପୌର
ନିର୍ବାଚନ ପାଇଁ ଭଲ ଫଳାଫଳ ନେଇ ମାର୍ଗଦର୍ଶନ ଦେଉଛନ୍ତି । ପର୍ଯ୍ୟାୟକ୍ରମେ ସବୁ ଜିଲ୍ଲା ସହ ସେ
ଆଲୋଚନା କରୁଛନ୍ତି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ଅସୁରକ୍ଷିତ ପରି ପ୍ରସଙ୍ଗ ଯୋଗୁଁ ଲୋକେ
ଜାଣିଲେଣି ଯେ ଧୋକା ଦେଉଛି ବିଜେପି । ସରକାରଙ୍କୁ ଘେରିବାକୁ ଏହି ସବୁ ମୁଦ୍ଦା କରାଯିବ । ବିକାଶ ଠପ ହୋଇଯାଇଛି । ବିରୋଧୀ ଦଳର ଭୂମିକା ନେଇ
ନବୀନ ମାର୍ଗଦର୍ଶନ କରୁଛନ୍ତି । ଏସଆଇଆରବିଜ୍ଞପ୍ତି ଓ ଭୋଟରଙ୍କୁ ବାଦ ଦେବା ଷଡଯନ୍ତ୍ର ହେଉଛି
। ତାହା ବି ନିର୍ବାଚନ କମିସନଙ୍କୁ ଜରିଆରେ । କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜେପି
ସରକାର ଗଠନ ପରଠାରୁ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉ ନାହାନ୍ତି । ସେ ନର୍ଲାରୁ ବିଧାୟକ ଟିକେଟ ଚାହୁଁଥିଲେ । ନ ପାଇବାରୁ, ଦୁରେଇ ଗଲେ । ହେଲେ ନିର୍ଦ୍ବନ୍ଦରେ ତାଙ୍କୁ ନବୀନ
ପଟ୍ଟନାୟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କରିଥିଲେ । ଧର୍ମେନ୍ଦ୍ରଙ୍କୁ ଜେନ ଜି ଘେରିଛନ୍ତି । ଏହି
ପ୍ରସଙ୍ଗକୁ ଏଡାଇବାକୁ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ବିଜେପି ନେଉଛି । ବିଜେଡି ତାଙ୍କୁ
ରିଜେକ୍ଟ କରିଛି । ସ୍ୱାର୍ଥବାଦୀ ଗୋଷ୍ଠୀ ବିଜେପି ଯାଉଛନ୍ତି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା