
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ମାଳତୀ ଦେବୀ
ଚୌଧୁରୀଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ
ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା
ସମାଜସେବୀ ମାଳତୀ ଦେବୀ ଚୌଧୁରୀଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ଜନସେବା ପ୍ରତି ତାଙ୍କର
ନିଷ୍ଠା ଓ ମହିଳା ସଶକ୍ତିକରଣ ପାଇଁ ତାଙ୍କର ନିରନ୍ତର ପ୍ରୟାସ ଚିରକାଳ ପ୍ରେରଣାର ଉତ୍ସ ହୋଇ
ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା