ଟିଟିଲାଗଡ଼ ନଗର ମଣ୍ଡଳ କାର୍ଯ୍ୟାଳୟର ଉଦଘାଟନ
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଟିଟିଲାଗଡ଼ ନଗର ମଣ୍ଡଳ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଛନ୍ତି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ । ଏହି ଅବସରରେ ୧୮୧ ନଂ ବୂଥ ବୈଠକ ଅନୁଷ୍ଠିତ ହେବା ସହ ସଂଗଠନକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଆଲୋଚନା
ଟିଟିଲାଗଡ଼ ନଗର ମଣ୍ଡଳ କାର୍ଯ୍ୟାଳୟର ଉଦଘାଟନ


ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଟିଟିଲାଗଡ଼ ନଗର ମଣ୍ଡଳ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ

କରିଛନ୍ତି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ । ଏହି ଅବସରରେ ୧୮୧ ନଂ

ବୂଥ ବୈଠକ ଅନୁଷ୍ଠିତ ହେବା ସହ ସଂଗଠନକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଆଲୋଚନା

କରାଯାଇଛି। ବୂଥ ସ୍ତରରେ ଦଳର ସ୍ଥିତିକୁ ଆହୁରି ମଜବୁତ୍ କରିବା ଏବଂ ଜନକଲ୍ୟାଣକାରୀ

ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ

ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି, ବଲାଙ୍ଗୀର ଜିଲ୍ଲା

ସଭାପତି ଶ୍ରୀ ଶ୍ରୀବତ୍ସ ବେହେରା, ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ ଜୈନ, ବଲାଙ୍ଗୀର ଜିଲ୍ଲା

ସଂଗଠନ ପ୍ରଭାରୀ ଶ୍ରୀ ପର୍ଶୁରାମ ମାଝୀ, ଟିଟିଲାଗଡ଼ ଏନ୍.ଏ.ସି. ଅଧ୍ୟକ୍ଷା ଶ୍ରୀମତୀ ମମତା

ଦେବୀ ଜୈନ ଏବଂ ଟିଟିଲାଗଡ଼ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande