
ପୁରୀ, 26 ଜୁଲାଇ (ହି.ସ.) ବାହୁଡ଼ା ଯାତ୍ରା ପରେ ସିଂହଦ୍ଵାର ଠାରେ ତିନି ରଥ ଉପରେ ସୁନାବେଶ ଓତତ୍ପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହେବ ।ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ଶୈଳୀରେ ନିର୍ମିତମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ‘ଅଧର ପଣା’ କୁହାଯାଏ । ସ୍ଵତ୍ତ୍ଵଲିପିଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ‘ଅଧରପଣା’ ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତହୋଇଥାଏ । ପ୍ରକୃତ ପକ୍ଷେ ଏହା ଏକାଦଶୀ ଦିନ ମଧ୍ଯ ହୋଇ ନପାରି ଅନେକ ବର୍ଷଧରି ଦ୍ଵାଦଶୀ ତିଥିରେ ଏହି ‘ଅଧର ପଣା’ ଭୋଗ କରାଯାଉଛି । ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତିଯେ, ପୂର୍ବେ ବାହୁଡ଼ା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ତିଥିରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ଶ୍ରୀବଳଭଦ୍ରଙ୍କ ରଥରେ ରାମ, କୃଷ୍ଣଙ୍କ ଉଦ୍ଦେଶ୍ୟରେ ୨ ହାଣ୍ଡି (ସାନ) ଓ ଶ୍ରୀଜଗନ୍ନାଥଙ୍କର ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି (ସାନ) କ୍ରମରେ ମୋଟ୍ ୧୨ ହାଣ୍ଡି ଅଧରପଣା ଭୋଗ ହେଉଥିଲା । ସମ୍ପ୍ରତି ତିନି ରଥ ପାଇଁ ଦ୍ଵାଦଶୀ ଦିନ ମୋଟ୍ ୯ ହାଣ୍ଡିଅଧର ପଣା ଭୋଗ ହେଉଅଛି ।-ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପଶେଷ ହେବାପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହେବ । ମନ୍ଦିର ପ୍ରଶାସନ,ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚଗୁଣ୍ଡ, କର୍ପୂର ଜାଇଫଳ ଇତ୍ୟାଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥଉପରେ ରଖିବେ । ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁମାନଙ୍କ ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟିହାଣ୍ଡି ରଖାଯିବ । ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନଥାଏ । ପୂର୍ବରୁପାଣିଆ ଆପଟ ସେବକମାନେ ସିଂହଦ୍ଵାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢ଼ି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିବେ ।ଉଲ୍ଲେଖଯୋଗ୍ୟ ଯେ, ପୂର୍ବେ ଅଧର ପଣା ପାଇଁ ଆବଶ୍ୟକ ଜଳ ରାଧାବଲ୍ଲଭମଠ କୂପରୁ ଆସୁଥିଲା । ପରବର୍ତୀ ସମୟରେ ସିଂହଦ୍ଵାର ସମ୍ମୁଖ କୂପରୁ ଏହି ଜଳଅଣାଯାଉଛି । ଜଳ ବୁହାଯିବା ବେଳେ ମନ୍ଦିର ବରକନ୍ଦାଜ କର୍ମଚାରୀମାନେଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡ଼େଇଥାନ୍ତି, ଯେପରିକି କେହି ଜଳକୁ ସ୍ପର୍ଶକରିପାରିବେ ନାହିଁ । ଅଧର ପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ,ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛାଟେରା ଧରିବେ । ଅଧର ପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିଆ(ଜାଲିକନା)। ପକାଯିବ । ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତରହିଛି । ମହାସୁଆରମାନେ ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିବେ ।ଏହାପରେ ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପାଳିଆ ସେବକ ତିନି ରଥ ଉପରେପୂଜା ଠା’ କରିବେ । ତତ୍ପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜାକରିନେ |ଜନଶ୍ରୁତି ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣାରୋଗ ହୋଇ ରଥର ପାର୍ଶ୍ଵ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାମାନଙ୍କ ପାଇଁଶ୍ରୀଗୁଣ୍ଡିଚା ଯାତ୍ରାଅଧର ହାଣ୍ଡି ଭଙ୍ଗା ଯାଇଥାଏ । ଡଃ. ମିଶ୍ରଙ୍କ ମତାନୁଯାୟୀ ଅଶରୀରୀମାନଙ୍କ (ପତିତ)ଜଦ୍ଧାର ପାଇଁ ଅଧର ହାଣ୍ଡି ଭଙ୍ଗାଯାଏ । ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ ।ତେଣୁ ଉତ୍ସର୍ଗ ହିଁ କରାଯାଏ । ସାଧାରଣତଃ ଅନେକ ସେବକ ତଥା ସ୍ଥାନୀୟ ଜନସାଧାରଣ
ଅଧର ପଣା ସେବା କରନ୍ତି ନାହିଁ । ରଥ ଉପରେ ଅଧର ପଣା ହେବାପରେ ତତ୍ପରଦିନ କିମ୍ବା ତା’ପରେଯେକୌଣସି ଦିନ ଠାକୁରମାନେ ନୀଳାଦ୍ରି ବିଜେ ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି ।କେତେକ ଗବେଷକଙ୍କ ମତରେ ଅଧର ପଣା ପରମ୍ପରା ୪୫୦ ବର୍ଷର ପୁରାତନ ସୂର୍ଯ୍ୟମଣି ପାଟ ମହାଦେଇଙ୍କ ସମୟରେ ଅର୍ଥାତ୍ ୧୮୯୧ ମସିହାରେ ଅଧରପଣା ଭୋଗ ସମ୍ପର୍କରେ ପୁରୀର ଦୁଇ ମଠ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।୧୮୯୩ ମସିହାରେ ଏଥିପାଇଁ ଏକ ‘ହୁକୁମ ନାମା’ ଜାରି ହୋଇଥିଲା । ସମ୍ପ୍ରତି ଅଧର ପଣା ଗୋଟିଏ ଦିନରେ ହିଁ ସୀମିତ ହୋଇଯାଇଥିବା ବେଳେ, ଉଭୟ ରାଘବ ଦାସ ଓ ଓଡ଼ିଆ ମଠ ପ୍ରତିବର୍ଷ ତିନୋଟି ଲେଖାଏଁଅଧର ହାଣ୍ଡି ଓ ପଣା ସାମଗ୍ରୀ ଯୋଗାଇ ଆସୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ