ପ୍ରଭୁ ଶ୍ରୀ ବଳଦେବଜିଉଙ୍କର ଦୁଇଦିନ ବ୍ୟାପି ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – ତୁଳସିକ୍ଷେତ୍ର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜିଉଙ୍କର ଦୁଇଦିନ ବ୍ୟାପି ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ ହୋଇଛି। ଅପରାହ୍ନ ପ୍ରାୟ ଦୁଇଟା ବେଳେ ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ପରେ ବ୍ରହ୍ମତାଳଧ୍ୱଜ ରଥ ଟଣାଯାଇଛି। ହଜାର ହଜାର ଶ୍ରଦ୍ଧାଳୁ
ପ୍ରଭୁ ଶ୍ରୀ ବଳଦେବଜିଉଙ୍କର ଦୁଇଦିନ ବ୍ୟାପି ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ


କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – ତୁଳସିକ୍ଷେତ୍ର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜିଉଙ୍କର ଦୁଇଦିନ ବ୍ୟାପି ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ ହୋଇଛି। ଅପରାହ୍ନ ପ୍ରାୟ ଦୁଇଟା ବେଳେ ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ପରେ ବ୍ରହ୍ମତାଳଧ୍ୱଜ ରଥ ଟଣାଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ନିକଟରୁ ରତ୍ନ ବେଦୀ ଅଭିମୁଖେ ରଥ ଟାଣି ଆଣିଥିଲେ।ସନ୍ଧ୍ୟା ପାଂଚଟା ପୂର୍ବରୁ ରଥ ଚକଡା ଲାଗିଥିଲା। ପରମ୍ପରା ଅନୁଯାଇ, ଆଜି ତିନି ଦିଅଁ ରଥ ଉପରେ ଅବସ୍ଥାନ କରିବେ। ଆସନ୍ତାକାଲି ଦିନରେ ଶ୍ରୀଜୀଉ ମାନେ ରଘୁନାଥ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ସେହିପରି ସନ୍ଧ୍ୟାରେ ଅଧରପଣା ଲାଗି ହେବାପରେ, ତିନି ଦିଅଁଙ୍କର ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ। ନବଦିନ ବ୍ୟାପି ଗୁଣ୍ଡିଚା ଯାତ୍ରା ଶେଷକରି, ବଡଠାକୁର ରତ୍ନ ବେଦିଙ୍କୁ ଲେଉଟିବେ। ପ୍ରଭୁଙ୍କ ବାହୁଡା଼ ରଥ ଉପରେ ଦିବ୍ୟ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହେଉଥିବା ବେଳେ, ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଛି। ସେହିପରି ସାଦା ପୋଷାକ ଧାରୀ ପୁଲିସ ଭିଡ଼ ଉପରେ ନଜର ରଖିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande