୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ମା’-ପୁଅ।
ଖୋର୍ଦ୍ଧା, 28 ଜୁଲାଇ (ହି.ସ.)ଗୋଟିଏ ପଟେ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ମା’-ପୁଅ। ସଦର ଥାନା ପୋଲିସ୍ ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିବା ବେଳେ ଅନ୍ୟପଟେ ଖୋର୍ଦ୍ଧା ଅବକାରୀ ବିଭାଗ ଆଜି ଖୋର୍ଦ୍ଧା ସହର ନବୀନବାଗ ଗାନ୍ଧୀ ପଡ଼ିଆରେ ଚଢ଼ଉ କରି ୪୬ଲକ୍ଷ ଟଙ୍କାର ଧଳାଜହର ଜବତ କରି ବଡ଼ ସ
ବ୍ରାଉନ


ଖୋର୍ଦ୍ଧା, 28 ଜୁଲାଇ (ହି.ସ.)ଗୋଟିଏ ପଟେ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ମା’-ପୁଅ।

ସଦର ଥାନା ପୋଲିସ୍ ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିବା ବେଳେ ଅନ୍ୟପଟେ ଖୋର୍ଦ୍ଧା ଅବକାରୀ ବିଭାଗ ଆଜି ଖୋର୍ଦ୍ଧା ସହର ନବୀନବାଗ ଗାନ୍ଧୀ ପଡ଼ିଆରେ ଚଢ଼ଉ କରି ୪୬ଲକ୍ଷ ଟଙ୍କାର ଧଳାଜହର ଜବତ କରି ବଡ଼ ସଫଳତା ପାଇଛି। ସବୁଠାରୁ ବଡ଼ କଥା ହେଲା, ଏତେ ପରିମାଣର ଧଳାଜହର ମା’ ଓ ପୁଅଙ୍କଠାରୁ ଜବତ ହୋଇଛି। ସେମାନେ ହେଲେ, ଗାନ୍ଧୀପଡ଼ିଆର ବାସିନ୍ଦା ମାମି ପାଇକରାୟ ଓ ତାଙ୍କ ପୁଅ ଲୋକନାଥ ପାଇକରାୟ। ମା’ ଓ ପୁଅଙ୍କଠାରୁ ଏତେ ପରିମାଣର ବ୍ରାଉନସୁଗାର ଜବତ ହେବା ଘଟଣା ସହରରେ ବ୍ରାଉନସୁଗାର କାରବାରର ବ୍ୟାପକତାକୁ କେବଳ ଦର୍ଶାଉ ନାହିଁ, ବରଂ ଏ କଳାଧନ୍ଦା କେମିତି ପରିବାରରୁ ପରିବାରକୁ ବ୍ୟାପି ଚାଲିଛି, ଏହା ତାହାର ଏକ ନିଦର୍ଶନ ପାଲଟିଛି।

ସୂଚନା ମୁତାବକ, ବାପ-ପୁଅ, ମା’-ପୁଅ, ଭାଇ-ଭଉଣୀ, ଦୁଇ ଭାଇ, ସ୍ବାମୀ-ସ୍ତ୍ରୀ ଆଦି ସମ୍ପର୍କରେ ବନ୍ଧା ଲୋକେ ମିଳିମିଶି କରି ସହରରେ ବ୍ରାଉନସୁଗାର କାରବାର କରିବା ଘଟଣା ଖୋର୍ଦ୍ଧାରେ ନୂଆ ନୁହେଁ। ଦୁଇ ବର୍ଷ ତଳେ ଖୋର୍ଦ୍ଧା ଜେଲ୍ରୁ ଯେବେ ବ୍ରାଉନସୁଗାର ନେଟ୍ୱାର୍କର ଗୁମର ଖୋଲିଥିଲା ଓ ସେଥିରେ ଯେଉଁ ୨୨ରୁ ଅଧିକ ଲୋକ ଗିରଫ ହୋଇଥିଲେ, ସବୁ ପ୍ରାୟ ଏହିଭଳି ସମ୍ପର୍କରେ ବନ୍ଧା ଥିଲେ। କିନ୍ତୁ, ସେମାନଙ୍କଠାରୁ ଏତେ ବିପୁଳ ପରିମାଣର ମାଲ୍ ଜବତ କେବେ ପ୍ରାୟତଃ ଦେଖିବାକୁ ମିଳୁ ନ ଥିଲା। କିନ୍ତୁ, ଉପରୋକ୍ତ ଦୁଇ ମା’ ଓ ପୁଅ ବିପୁଳ ପରିମାଣର ବ୍ରାଉନସୁଗାର ନେଇ କାରବାର କରିବାକୁ ଯାଉଥିବା ଖବର ପାଇ ଅବକାରୀ ବିଭାଗ ଆଜି ସହରର ଶକ୍ତିନଗର ଲେନ୍ ଦୁଇ ଅଞ୍ଚଳରେ ଚଢ଼ାଉ କରିଥିଲା। ସ୍କୁଟିରେ ଯାଉଥିବା ବେଳେ ସନ୍ଦିଗ୍ଧ ମା’ ଓ ପୁଅଙ୍କୁ ଅଟକାଇ ବିଭାଗ ପଚରା ଉଚରା କରିଥିଲା। ପରେ ଖୋର୍ଦ୍ଧା ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ପଙ୍କଜ ବାସିନୀ ଭଞ୍ଜଦେଓଙ୍କ ଉପସ୍ଥିତିରେ ସେମାନଙ୍କ ଘରେ ତଲାସି କରାଯାଇଛି। ସେମାନଙ୍କଠାରୁ ମୋଟ୍ ୪୬୦ ଗ୍ରାମ ବ୍ରାଉନସୁଗାର, ଏକ ସ୍କୁଟି ଏବଂ ଦୁଇଟି ସ୍ମାର୍ଟଫୋନ ଜବତ କରାଯାଇଛି ବୋଲି ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋରଧା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ କହିଛନ୍ତି। ଜବତ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା, ଏହା ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ କୌଣସି ବଡ଼ ଚୋରା ଚାଲାଣ ରାକେଟ୍ ସହ ଏହାର ସମ୍ପର୍କ ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ପଙ୍କଜ ବାସିନୀ ଭଞ୍ଜଦେଓଙ୍କ ଉପସ୍ଥିତିରେ ସେମାନଙ୍କ ଘରେ ତଲାସି କରାଯାଇଛି। ସେମାନଙ୍କଠାରୁ ମୋଟ୍ ୪୬୦ ଗ୍ରାମ ବ୍ରାଉନସୁଗାର, ଏକ ସ୍କୁଟି ଏବଂ ଦୁଇଟି ସ୍ମାର୍ଟଫୋନ ଜବତ କରାଯାଇଛି ବୋଲି ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ କହିଛନ୍ତି। ଜବତ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା, ଏହା ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ କୌଣସି ବଡ଼ ଚୋରା ଚାଲାଣ ରାକେଟ୍ ସହ ଏହାର ସମ୍ପର୍କ ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande