କେନ୍ଦୁଝର ବନ ବିଭାଗର ବଡ଼ ସଫଳତା – ବେଆଇନ ଲୁହାପଥର ପରିବହନ ବେଳେ ଟ୍ରକ୍ ଓ ଜେସିବି ଜବତ
କେନ୍ଦୁଝର, 28 ଜୁଲାଇ (ହି.ସ.) କେନ୍ଦୁଝର ବନ ବିଭାଗର ଚମ୍ପୁଆ ରେଞ୍ଜ ଅଧୀନସ୍ଥ ଯୋଡା ସେକ୍ସନର ବନ କର୍ମଚାରୀମାନେ ରେଞ୍ଜ ଅଫିସର ସାଗର ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରି ଏକ ୧୪ ଚକିଆ ଟ୍ରକ୍ (ନଂ JH05BQ3811)ଓ ନମ୍ବରବିହୀନ ଏକ ଜେସିବି ମେସିନ୍ ଜବତ କରିଛନ୍ତି। ଏହି ଚଢ଼ାଉ ଗୁରୁବେଡା ଗ୍ରାମ ଓ ବ
Iligal


କେନ୍ଦୁଝର, 28 ଜୁଲାଇ (ହି.ସ.)

କେନ୍ଦୁଝର ବନ ବିଭାଗର ଚମ୍ପୁଆ ରେଞ୍ଜ ଅଧୀନସ୍ଥ ଯୋଡା ସେକ୍ସନର ବନ କର୍ମଚାରୀମାନେ ରେଞ୍ଜ ଅଫିସର ସାଗର ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରି ଏକ ୧୪ ଚକିଆ ଟ୍ରକ୍ (ନଂ JH05BQ3811)ଓ ନମ୍ବରବିହୀନ ଏକ ଜେସିବି ମେସିନ୍ ଜବତ କରିଛନ୍ତି।

ଏହି ଚଢ଼ାଉ ଗୁରୁବେଡା ଗ୍ରାମ ଓ ବୈତରଣୀ-ଏ ସଂରକ୍ଷିତ ଜଙ୍ଗଲ ମଧ୍ୟବର୍ତ୍ତୀ ଅଞ୍ଚଳରେ କରାଯାଇଥିଲା। ଜବତ ହୋଇଥିବା ଟ୍ରକ୍ରେ ପ୍ରାୟ ୫ ଟନ୍ ବେଆଇନ ଲୁହାପଥର ବୋଝେଇ ହୋଇଥିବା ଜଣାପଡ଼ିଛି।

ବନ ବିଭାଗର ଟିମ୍କୁ ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ତଲାସି ଜାରି ରହିଛି। ଘଟଣାରେ ପ୍ରଚଳିତ ଆଇନ ଅନୁଯାୟୀ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

କେନ୍ଦୁଝର ବନ ବିଭାଗ ବନାଞ୍ଚଳରେ ବେଆଇନ ଖଣିଜ ଉତ୍ତୋଳନ ଓ ପରିବହନ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିବ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande