
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ଏସିଏଫ୍ ସୌମ୍ୟ ରଂଜନ ମୃତ୍ୟୁ ମାମଲାରେ ବୋହୂ ବିଦ୍ୟାଭାରତୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମୃତ ସୌମ୍ୟଙ୍କ ବାପା । ସେ କହିଛନ୍ତି ବୋହୂ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗିରଫ କରାଯାଉ। ପୂର୍ବତନ ଜଙ୍ଗଲ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଚନ୍ଦନ କାଠ ଚୋରା ଚାଲାଣ ରୋକିବାରୁ ମୋ ପୁଅକୁ ହତ୍ୟା କରାଗଲା।
ଅନ୍ୟପକ୍ଷରେ ଘଟଣାର ୫ ବର୍ଷ ପରେ ତତ୍କାଳୀନ ଡିଏଫଓ ଜେଲ୍ ଯିବା ନେଇ ଆଶ୍ୱସ୍ତି ପ୍ରକାଶ କରି ମୃତ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ବାପା କହିଛନ୍ତି ନ୍ୟାୟିକ ପ୍ରକିୟା ଉପରେ ଭରସା ରହିଛି, ପ୍ରଭୁ ଜଗନ୍ନାଥ ଶୁଣିବେ ଆଶା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା