କୃଷି ଭିତ୍ତିକ ପର୍ବ ଜରାସିଂହା ବୁଢ଼ୀଆଈ ଯାତ୍ରା
ବଲାଙ୍ଗିର, ୨୮ ଜୁଲାଇ (ହି.ସ.)- ଦେଓଗାଁ ବ୍ଲକର ବହୁ ପ୍ରସିଦ୍ଧ ବୁଢ଼ିଆଈ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଗୋରସ ରୁକା ପର୍ବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ରୀତିନୀତି ଅନୁସାରେ ଜରାସିଂହା ଗାଁର ସମସ୍ତ ଶ୍ରଦ୍ଧାଳୁଙ୍କ ଘରୁ
କୃଷି ଭିତ୍ତିକ ପର୍ବ ଜରାସିଂହା ବୁଢ଼ୀଆଈ ଯାତ୍ରା


ବଲାଙ୍ଗିର, ୨୮ ଜୁଲାଇ (ହି.ସ.)- ଦେଓଗାଁ ବ୍ଲକର ବହୁ ପ୍ରସିଦ୍ଧ ବୁଢ଼ିଆଈ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଗୋରସ ରୁକା ପର୍ବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ରୀତିନୀତି ଅନୁସାରେ ଜରାସିଂହା ଗାଁର ସମସ୍ତ ଶ୍ରଦ୍ଧାଳୁଙ୍କ ଘରୁ ଗୋରସ ବୁଢ଼ୀଆଈ ମନ୍ଦିରକୁ ଆଣିବା ପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ । ମଙ୍ଗଳବାର ଦିନ ସେରନିବଟା ପର୍ବ ପାଳିତ ହେବାକୁ ଥିବାବେଳେ ବୁଧବାର ଦିନ ବୁଢ଼ୀଆଇ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ବୁଢ଼ିଆଈ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଯାଇଛି । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥିରେ ସେରନିବଟା ପୂଜା ହେବା ସହ ସମସ୍ତ ଦେହେଲିଆଙ୍କୁ ଲାଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ତା'ପର ଦିନ ଅର୍ଥାତ୍ ପୂର୍ଣ୍ଣମା ତିଥିରେ ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢ଼ୀଆଈ ଯାତ୍ରା ବା କାଦୋଯାତ୍ରା ଅନୁଷ୍ଠିତ ହୋଇଥାଏ ।

କାହିଁ କେଉଁ କାଳରୁ ବଲାଙ୍ଗିର ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ଶ୍ରଦ୍ଦାଳୁମାନଙ୍କ ସମାଗମ ହୋଇଥାଏ । ଯେହେତୁ ଏହା କୃଷି ଭିତ୍ତିକ ପର୍ବ ଓ ଏହି ପର୍ବରେ ବର୍ଷା ଏବଂ ଚାଷକୁ ନେଇ ଆକଳନ କରାଯିବାର ପରଂପରା ରହିଛି । ତେଣୁ ଏହି ଯାତ୍ରାରେ ବହୁ ଜନ ସମାଗମ ହୋଇଥାଏ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande