ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ଫୁଲବାଣୀର ମେଡିକାଲ କଲେଜ ନାମିତ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ: ବିଜେପି
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା, ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କନ୍ୟାଶ୍ରମକୁ ୧୩ କୋଟି ଟଙ୍କାର ସହାୟତା ଘୋଷଣା ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ)ରୁ ସ୍ୱାମୀଜୀଙ
tioi


ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା, ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କନ୍ୟାଶ୍ରମକୁ ୧୩ କୋଟି ଟଙ୍କାର ସହାୟତା ଘୋଷଣା ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ)ରୁ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡର ଫାଇଲ୍ ଚୋରି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍ବ୍ରାଂଚକୁ ହସ୍ତାନ୍ତର କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟସରକାରଙ୍କୁ ଓଡ଼ିଶାବାସୀ ତଥା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିଂରଚି ନାରାୟଣ ତ୍ରିପାଠୀ ଧନ୍ୟବାଦ ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍ ବାର୍ତାରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଉପାନ୍ତ ଅଂଚଳ ଭାବେ ପରିଚିତ କନ୍ଧମାଳ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ନିରନ୍ତର କାର୍ଯ୍ୟ କରୁଥିôଲେ । ଏହି ସମ୍ପ୍ରଦାୟର ବିକାଶ ଓ ଉନ୍ନତି ପାଇଁ ସେମାନଙ୍କ ଭିତରେ ଶିକ୍ଷାର ପ୍ରସାର କରାଇବା ପାଇଁ ସ୍ୱାମୀଜୀ ନିରନ୍ତର ପ୍ରୟାସ କରୁଥିଲେ । ଉକ୍ତ ଅଂଚଳର ଯେଉଁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଓ ସଂସ୍ଥା ଧର୍ମାନ୍ତୀକରଣ କାର୍ଯ୍ୟ କରୁଥିଲେ, ସେମାନେ ସ୍ୱାମୀଜୀଙ୍କ ଏହି କାର୍ଯ୍ୟକୁ ଘୋର ବିରୋଧ କରୁଥିଲେ । ସେହି କାରଣରୁ ବାରମ୍ବାର ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହାସତ୍ୱେ ତତ୍କାଳୀନ ରାଜ୍ୟ ସରକାରଙ୍କ ତରଫରୁ ସ୍ୱାମୀଜୀଙ୍କୁ ଯେଉଁ ପ୍ରକାର ସୁରକ୍ଷା ଦିଆଯିବା କଥା ସେପରି ଦିଆଯାଇ ନ ଥିଲା । ଶେଷରେ ୨୦୦୮ ଅଗଷ୍ଟ ୨୩ ତାରିଖରେ ପବିତ୍ର ଜନ୍ମାଷ୍ଟମୀରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଜଲେଶପଟ୍ଟା ଆଶ୍ରମରେ ଉତ୍ସବ ପାଳନ କରାଯାଉଥିବା ବେଳେ ଅଜ୍ଞାତ ବନ୍ଧୁକଧାରୀମାନେ ଅତ୍ୟନ୍ତ ନିର୍ମମ ଭାବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ଅନ୍ୟ ୪ ଜଣ ସାଧୁ ଓ ସାଧ୍ୱୀଙ୍କୁ ହତ୍ୟା କରିଥିଲେ । ହତ୍ୟା ପରବର୍ତୀ ଅବସ୍ଥାରେ କନ୍ଧମାଳ ଜିଲ୍ଲାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ତତ୍କାଳୀନ ସରକାର ଓଡ଼ିଶାବାସୀଙ୍କ ଜନମତ ଚାପରେ ଆସି ପ୍ରଥମେ ଜଷ୍ଟିସ ଶରତ ମହାପାତ୍ରଙ୍କ ନେତୃତ୍ୱରେ କମିଶନ ବସାଇଥିଲେ । ଜଷ୍ଟିସ ଶରତ ମହାପାତ୍ରଙ୍କ ମୃତ୍ୟୁ ପରେ ଉକ୍ତ କମିଶନଙ୍କ କାର୍ଯ୍ୟକୁ ଜଷ୍ଟିସ୍ ଏ.ଏସ୍.ନାଇଡୁଙ୍କୁ ଅର୍ପଣ କରାଯାଇଥିଲା । ୨୦୧୬ ସେପ୍େଟମ୍ବର ୧୬ରେ ଏହି କମିଶନ ତତ୍କାଳୀନ ରାଜ୍ୟ ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ୮ ବର୍ଷ ଧରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଯେଉଁମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି ବା କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ତାହା ମଧ୍ୟ ସାର୍ବଜନୀନ କରାଯାଇ ନଥିଲା । ବିରୋଧୀ ଦଳରେ ଥିଲାବେଳେ ବିଜେପି ଏନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଥିଲା । ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ଦଳ ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲା । ମାତ୍ର ତତ୍କାଳୀନ ସରକାର ସେଥିପ୍ରତି ଗୁରତ୍ୱ ଦେଇ ନଥିଲେ । ୨୦୨୪ ଜୁନ୍ରେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବା ପରେ ଏହି ଫାଇଲକୁ ସାର୍ବଜନୀନ କରିବା ପାଇଁ ଚେଷ୍ଟା କରିଥିଲା । ମାତ୍ର ଅତ୍ୟନ୍ତ ଦୁଃଖ ପରିତାପର ବିଷୟ ଏହିକି ଯେ, ଉକ୍ତ ଫାଇଲ ଖୋଜିଲା ପରେ ମଧ୍ୟ ତାହା ମିଳି ନ ଥିଲା । ଏନେଇ ବିଜେପି ସରକାର ତରଫରୁ ବିଭିନ୍ନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ପ୍ରେରଣ କରାଯାଇ ଫାଇଲ ସମ୍ପର୍କରେ ଅନୁସନ୍ଧାନ କରାଯାଇ ଥିଲା । ମାତ୍ର ତାଙ୍କ ତରଫରୁ କୌଣସି ସନ୍ତୋଷଜନକ ଉତର ମିଳି ନ ଥିଲା । ଏନେଇ ଫାଇଲ ଚୋରି ହୋଇଥିବା ନେଇ ପରବର୍ତୀ ସମୟରେ କ୍ୟାପିଟାଲ ଥାନାରେ ଏଫ୍?ଆଇଆର୍ ଦାଖଲ କରାଯାଇଥିଲା । ଏହାପରେ ପୋଲିସ ତଦନ୍ତ କରି ଏ ପ୍ରସଙ୍ଗରେ ଅନେକ ବ୍ୟକ୍ତିଙ୍କୁ ନୋଟିସ ପଠାଇ ଜେରା କରିଛି । ରାଜ୍ୟ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ଏହାର ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ସବୁଠାରୁ ବୃହତ୍ ଓ ବିଶ୍ୱାସନୀୟ ତଦନ୍ତକାରୀ ସଂସ୍ଥା କ୍ରାଇମ୍ବ୍ରାଂଚକୁ ଫାଇଲ୍ ଚୋରି ମାମଲା ହସ୍ତାନ୍ତର କରିଛନ୍ତି । କ୍ରାଇମବ୍ରାଂଚ ଏହାର ତଦନ୍ତ ଅତ୍ୟନ୍ତ ଗୁରୁତ୍ୱ ଓ ନିଷ୍ଠାର ସହ କରିବ ବୋଲି ଆଶା କରାଯାଉଛି । ସେ ଦୃଷ୍ଟିରୁ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଉଛି ।

ଏହି ପ୍ରେସ୍ ବାର୍ତାରେ ରାଜ୍ୟ ଉପସଭାପତି ଅଶୋକ ମିଶ୍ର ଓ ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande