ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଗର୍ବ ଓ ଗୌରବ - ବିଶ୍ୱ ଓଡ଼ିଆ ପରିବାର
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ନୈତିକତା ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରଦାନ କରି ଦେଶରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ସେ ଯେଉଁ ବୈପ୍ଳବିକ ସଂସ୍କାର ଆଣିଛନ୍ତି ତାହା ଐତିହାସିକ ଅଟେ। ଏହି ବ୍ୟବସ୍ଥାକୁ ବିରୋଧ କ
ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଗର୍ବ ଓ ଗୌରବ - ବିଶ୍ୱ ଓଡ଼ିଆ ପରିବାର


ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ନୈତିକତା ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରଦାନ କରି ଦେଶରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ସେ ଯେଉଁ ବୈପ୍ଳବିକ ସଂସ୍କାର ଆଣିଛନ୍ତି ତାହା ଐତିହାସିକ ଅଟେ। ଏହି ବ୍ୟବସ୍ଥାକୁ ବିରୋଧ କରୁଥିବା ବ୍ୟକ୍ତି ତଥା ଅନୁଷ୍ଠାନମାନେ ଚାପ ପ୍ରୟୋଗ କରି ଯେଭଳି ବିରୋଧ କରୁଥିଲେ ତାହାକୁ ‘ବିଶ୍ୱ ଓଡ଼ିଆ ପରିବାର’ ନିନ୍ଦା କରିଛି। ମଙ୍ଗଳବାର ଭୁବନେଶ୍ୱରଠାରେ ଏକ ବୈଠକରେ ଅନୁଷ୍ଠାନ ତରଫରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି କୁହାଯାଇଛି। ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ କୁହାଯାଇଛି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନଭାର ଗ୍ରହଣ ଦିନଠାରୁ ଶ୍ରୀ ପ୍ରଧାନ ଜଣେ ମନ୍ତ୍ରୀ ଭାବରେ ରହି ଆସିଥିଲେ। ଜଣେ ଦକ୍ଷ, ନିଷ୍ଠାପର ଓ ବିଶ୍ୱସ୍ତ ମନ୍ତ୍ରୀ ଭାବରେ ଦେଶ ସ୍ୱାଧୀନତୋର ସମୟରୁ ବର୍ତମାନ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ତାଙ୍କର ଅବଦାନକୁ ଗୋଟିଏ ବାକ୍ୟରେ ବର୍ଣ୍ଣନା କରିବା କଷ୍ଟକର, ତଥାପି ‘ଉଜ୍ଜ୍ୱଳା ଗ୍ୟାସ୍ ଯୋଜନା’ ଏବଂ ‘ଶିକ୍ଷାନୀତି-୨୦୨୦’ ନିମନ୍ତେ ତାଙ୍କର ଅବଧି ଏକ କାଳଜୟୀ ଇତିହାସ ରଚନା କରିଗଲା। ଭାରତବର୍ଷର ବହୁବାର ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହୋଇଛି କିନ୍ତୁ କୌଣସି ଶିକ୍ଷାମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଏକ ବିରଳ ଘଟଣା। ବିଜେପିର ଯୁଗସ୍ରଷ୍ଟା ନେତା ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ସୁଯୋଗ୍ୟ ଦାୟଦ ଭାବରେ ଆପଣ ଯେଉଁ ପଦକ୍ଷେପ ଗ୍ରହଣ କଲେ, ଭାରତବର୍ଷର ଉତରଦାୟୀ ଯୁବପିଢିଙ୍କ ନିମନ୍ତେ ଏହା ଏକ ଜାଜୁଲ୍ୟମାନ ଉଦାହରଣ ହୋଇ ଚିରଦିନ ରହିବ। ଏହି ପରିପ୍ରେକ୍ଷୀରେ ‘ବିଶ୍ୱ ଓଡ଼ିଆ ପରିବାର’ ଶ୍ରୀ ପ୍ରଧାନଙ୍କୁ ଅଜସ୍ର ପ୍ରଶଂସା କରିବା ସହିତ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande