

ଖୋର୍ଦ୍ଧା,28 ଜୁଲାଇ (ହି.ସ.)ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଖୋର୍ଦ୍ଧା ସଦର ଓ ବାଣପୁର ଅଞ୍ଚଳରେ ଚଢ଼ାଉ କରାଯାଇ ୭ଜଣକୁ ଗିରଫ କରିଛି। ତେବେ ସଦର ଥାନା ପଛ ପଟେ ଥିବା ହନୁମାନ ମନ୍ଦିର ନିକଟରେ ପ୍ରଥମ ଚଢ଼ାଉ କରି ପୋଲିସ ଏମାନଙ୍କ ଠାରୁ ଗୋଟିଏ ୭ଏମ୍ ଏମ୍ ବନ୍ଧୁକ, ୩ଟି ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ୍, ୨ଟି କାର,୨୨ହଜାର୫୦୦ଟଙ୍କା, ୩ଟି ବାଇକ୍,ଗୋଟିଏ ଛୁରୀ ଓ ୪ଟି ମୋବାଇଲ ଜବତ କରିଛି।ସେହିପରି ବାଣପୁର ପୋଲିସ ମହାଲକ୍ଷ୍ମୀ ମନ୍ଦିର ନିକଟରେ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରିଛି। ତେବେ ଏମାନଙ୍କ ଠାରୁ ପୋଲିସ ୨୨ଗ୍ରାମ ବ୍ରାଉନ ସୁଗାର ସମେତ ଦୁଇଟି ମୋବାଇଲ୍ ଓ ୧୭୦୦ଟଙ୍କା ଜବତ କରିଛି।ତେବେ ସଦର ଥାନା ଅଚଂଳରେ ଚଢ଼ାଉ ହେଉଥିବା ସମୟରେ ଜଣେ ବେପାରୀ ଘଟଣାସ୍ଥଳରୁ ଫେରାର ହୋଯାଇଥିବା ନେଇ ଏସପି ଅଫିସ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ