
ସିଏମଓରୁ ଫାଇଲ ହଜିବା ମାମଲା
-
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ସିଏମଓରୁ ଫାଇଲ ହଜିବା ମାମଲାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଯେଉଁ ଅଧିକାରୀ ଦସ୍ତଖତ ଦେଇ ଫାଇଲ ନେଇଥିଲେ ଚିହ୍ନଟ ହୋଇ ସାରିଛନ୍ତି। ସଂପୃକ୍ତ ଅଧିକାରୀଙ୍କ ନିକଟରେ ପୋଲିସ ପହଂଚି ସାରିଛି। କ୍ରାଇମ ବ୍ରାଂଚ ମାମଲାର ତଦନ୍ତ କରିବ। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ ହୋଇଛି। ତଦନ୍ତ ଶେଷ ସୋପାନ ପର୍ଯ୍ୟନ୍ତ ଯିବ । ଯେତେ ପ୍ରଭାବଶାଳୀ ବ୍ୟକ୍ତି ହେଲେ ବି ତଦନ୍ତର ସମ୍ମୁଖୀନ ହେବେ। ଯିଏ ଆସି ନପାରିବେ ପୋଲିସ ତାଙ୍କ ପାଖେ ପହଂଚିବ ବୋଲି କହିଛନ୍ତି ସୁରେଶ ପୂଜାରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା