ରଥଯାତ୍ରା ଉପଲକ୍ଷେ ଭାବଗ୍ରାହୀ କଳା ନିକେତନର ଭକ୍ତି ସଙ୍ଗୀତ ଓ ନୃତ୍ୟ ସମାରୋହ
କେନ୍ଦ୍ରାପଡ଼ା, ୨୮ ଜୁଲାଇ(ହି.ସ.) – ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଜିଲ୍ଲା ସଂସ୍କୃତି ପରିଷଦ ସହାୟତାରେ ମନୋଜ୍ଞ ଭକ୍ତି ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ସଫଳତାର ସ
---------------ରଥ ଯାତ୍ରା ଉପଲକ୍ଷେ ଭାବଗ୍ରାହୀ କଳା ନିକେତନର ଭକ୍ତି ସଙ୍ଗୀତ ଓ ନୃତ୍ୟ ସମା


କେନ୍ଦ୍ରାପଡ଼ା, ୨୮ ଜୁଲାଇ(ହି.ସ.) – ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଜିଲ୍ଲା ସଂସ୍କୃତି ପରିଷଦ ସହାୟତାରେ ମନୋଜ୍ଞ ଭକ୍ତି ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ସଫଳତାର ସହିତ ପରିବେଷିତ ହୋଇଯାଇଛି। କଳା ନିକେତନ ଓ ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ତଥା ବିଶିଷ୍ଟ ଗୀତିକାର ଏବଂ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ବଳିଷ୍ଠ ସଂଯୋଜନାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଉପେନ୍ଦ୍ର କୁମାର ପାଢ଼ୀ, ସନ୍ତୋଷ ଦାସ, ରଞ୍ଜନ ବରାଳ ଏବଂ ରୂପାଲି ସୂତାର ଶ୍ରୀ ବଳଦେବଜୀଉଙ୍କ ଭଜନ ସମେତ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ କେତେକ କାଳଜୟୀ ସଙ୍ଗୀତ ପରିବେଷଣ କରିଥିଲେ। ରଶ୍ମିତା ସୂତାର, ଅଙ୍କିତା ପରିଡ଼ା, ଅର୍ପିତା ସାହୁ, ଅଙ୍କିତା ସାହୁ ଏବଂ ଅଭିଲିପ୍ସା ସାହୁ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ। ରଞ୍ଜନ ବରାଳ, ବଳରାମ ମଲିକ, ସ୍ମୃତି ରଞ୍ଜନ ବିଶ୍ୱାଳ ଏବଂ କୈଳାସ ପରିଡ଼ା ବାଦ୍ୟ ଯନ୍ତ୍ରରେ ସହାୟତା କରିଥିଲେ। ଏହି ଅବସରରେ ଫୋରଡ ୍ୱାୟା ଆଶ୍ରମର ମହନ୍ତ ହୃଷୀକେଶ ଦାସ ମହାରାଜ, ବାବା ନାରାୟଣ ସ୍ୱାଇଁ, ସମାଜସେବୀ ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ସଂସ୍କୃତି ପରିଷଦ ତରଫରୁ ଭାବଗ୍ରାହୀ କଳା ନିକେତନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭାବଗ୍ରାହୀ କଳା ନିକେତନ ପରେ ପଳସିଂହା ସ୍ଥିତ ଗଣକବି ଗୋପାଳ ଦାଶ ସ୍ମୃତି ସଂସଦ ଆନୁକୂଲ୍ୟରେ ରାଧାକାନ୍ତ ଦାଶଙ୍କ ନେତୃତ୍ୱରେ ନାଟକ କଳା ପାହାଡ଼ ଏବଂ ଭକ୍ତ ଦାସିଆ ପରିବେଷଣ କରାଯାଇଥିଲା। ରଥଯାତ୍ରା ଉପଲକ୍ଷେ ଭାବଗ୍ରାହୀ କଳା ନିକେତନ ତରଫରୁ ବଡ଼ମାଣତିଆ ମାଉସୀ ମା ମନ୍ଦିରରେ ସନ୍ଧ୍ୟା ଦର୍ଶନ ଅବସରରେ ଭଜନ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ନିଳାଦ୍ରି୍ୱିଜେ ଉପଲକ୍ଷେ କୋରୋ ଜଗନ୍ନାଥ ମନ୍ଦିରରେ ଭଜନ ଓ ନୃତ୍ୟ ଭାବଗ୍ରାହୀ କଳା ନିକେତନ ଏବଂ ମହ୍ଲାର ଅର୍କେଷ୍ଟ୍ରା ଆନୁକୁଲ୍ୟରେ ପ୍ରସ୍ତୁତ କରାଯାଇଥିଲା। ପ୍ରତିକୂଳ ପାଗ ସତ୍ୱେ ସମସ୍ତ ସ୍ଥାନରେ ଶତାଧିକ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମକୁ ଆଗ୍ରହର ସହିତ ଉପଭୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande