ଲଗାଣ ବର୍ଷାରେ ଦଅଁଳା-ବାଇରୁଗୁଡ଼ି ରାସ୍ତା ବିଚ୍ଛିନ୍ନ: ଛେମଣ୍ଡା ନାଳର ବନ୍ୟା ଜଳରେ ଭାସିଗଲେ ଯୁବକ, ଅଳ୍ପକେ ବର୍ତ୍ତିଲେ
କେନ୍ଦୁଝର, 28 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବାଂଶପାଳ ବ୍ଲକ ଦଅଁଳାରୁ ବାଇରୁଗୁଡ଼ି ସଂଯୋଗ କରୁଥିବା ରାସ୍ତାରେ ଥିବା ଛେମଣ୍ଡା ନାଳରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅଳ୍ପକେ
ଲଗାଣ ବର୍ଷାରେ ଦଅଁଳା-ବାଇରୁଗୁଡ଼ି ରାସ୍ତା ବିଚ୍ଛିନ୍ନ: ଛେମଣ୍ଡା ନାଳର ବନ୍ୟା ଜଳରେ ଭାସିଗଲେ ଯୁବକ, ଅଳ୍ପକେ ବର୍ତ୍ତିଲେ


କେନ୍ଦୁଝର, 28 ଜୁଲାଇ (ହି.ସ.)

କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବାଂଶପାଳ ବ୍ଲକ ଦଅଁଳାରୁ ବାଇରୁଗୁଡ଼ି ସଂଯୋଗ କରୁଥିବା ରାସ୍ତାରେ ଥିବା ଛେମଣ୍ଡା ନାଳରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଅଳ୍ପକେ ବର୍ତ୍ତିଲେ ବସନ୍ତ ଦେହୁରୀ

ମିଳିଥିବା ସୂଚନା ମୁତାବକ, କସଡ଼ା ଯନ୍ତାରିପଦା ସାହିର ବସନ୍ତ ଦେହୁରୀ କୌଣସି ଜରୁରୀ କାମରେ ଶୁଆକାଟି ଯିବା ପାଇଁ ଏହି ଛେମଣ୍ଡା ନାଳର ପୋଲ ପାର ହେଉଥିଲେ। ମାତ୍ର ପ୍ରବଳ ଜଳସ୍ରୋତ ଯୋଗୁଁ ସେ ନିୟନ୍ତ୍ରଣ ହରାଇ ପାଣିରେ ଭାସି ଯାଇଥିଲେ। ଭାଗ୍ୟବଶତଃ, ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ତୁରନ୍ତ ସାହସିକତା ଦେଖାଇ ବହୁ କଷ୍ଟରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାରୁ ଏକ ବଡ଼ ଦୁର୍ଘଟଣାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖୁଣ୍ଟାକଟା, ପରିଡ଼ା ସାହି ,କସଡ଼ା,ବାଇରୁଗୁଡ଼ି,

ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏଥିପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଚ୍ଚ ସେତୁ ନିର୍ମାଣ କରିବାକୁ ସ୍ଥାନୀୟ ଜନସାଧାରଣ ଦୃଢ଼ ଦାବି କରିଛନ୍ତି। ନୂଆଁଡ଼ିହି ସାହି ଆଦି ଅଞ୍ଚଳର ଶହ ଶହ ଲୋକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଚିକିତ୍ସା ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ଯାତାୟାତ କରିଥାନ୍ତି। ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଏବେ ସମଗ୍ର ଅଞ୍ଚଳ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande