
କେନ୍ଦୁଝର, ୨୮ ଜୁଲାଇ(ହି.ସ.) – କେନ୍ଦୁଝରରେ ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ବିଭନ୍ନ ରାସ୍ତା ଉପରେ ଲହଡି ଭାଙ୍ଗୁଛି ପାଣି। ସହରବାସୀଙ୍କ ଅବସ୍ଥା ବେହାଲ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ପ୍ରବଳ ବର୍ଷା ହେବା ଫଳରେ କେନ୍ଦୁଝର ପୌରାଂଚଳର ବିଭିନ୍ନ ୱାର୍ଡର ସାହି, ବସ୍ତି ଓ କଲୋନୀରେ ୱାଟର ଲଗିଙ୍ଗ ହେବା ଫଳରେ ରାସ୍ତା ଘାଟ ରେ ପାଣି ଜମି ରହିଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାଲକିପାତଳା, କୁଲାଡେରା ମାର୍ଗ, ସ୍ପଞ୍ଜ କଲୋନୀ, ବଳଦେବଜୀଉ କଲୋନୀ, ଇନକମଟ୍ୟାକ୍ସ ଅଫିସ ଗଳି, ଜେଲ ରୋଡ଼, ଆଦି ଅଂଚଳରେ ୱାଟର ଲଗିଂ ହୋବା ଫଳରେ ରାସ୍ତା ଘାଟରେ ଆଣୁଏ ଉଚ୍ଚାର ପାଣି ଜମି ରହିବା ସହ ଘର ଦ୍ୱାରରେ ପାଣି ପଶିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ସକାଳୁ ମନୋଜ ମଞ୍ଜରୀ ଶିଶୁ ଭବନର ପଚାଶ ଫୁଟ୍ ପାଚେରୀ ଭାଙ୍ଗିଯାଇଛି। ଏହା ଫଳରେ ଶିଶୁ ଭବନରେ ରହୁଥିବା ଅନ୍ତେବାସୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବାବେଳେ ଉକ୍ତ ରାସ୍ତା ଅବରୋଧ ହୋଇଛି। ରାସ୍ତା ଉପରେ ପାଣି ପ୍ରବାହିତ ହେବା ଫଳରେ କଡରେ ଥିବା ଦୋକାନ ଗୁଡ଼ିକରେ ପାଣି ପଶିଯିବାରୁ ଦୋକାନୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।
ସେପଟେ ପୌରପାଳିକାର ନିର୍ବାହୀ ଅଧିକାରୀ ଏହା କୁ ସ୍ୱୀକାର କରିବା ସହ ୯ ନମ୍ବର ୱାର୍ଡରେ ୱାଟର ଲଗିଙ୍ଗ ହୋଇଛି କାମ ପାଇଁ ଟେଣ୍ଡର ସରିଚି ଓ ସୋରେଜ ସିଷ୍ଟମ ପାଇଁ ବ୍ୟବସ୍ଥା ହେଉଛି । ବର୍ତମାନ ପାଇଁ ଏକାଧିକ ମୋଟର ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଉଛି । ଏହାସହ ସହରରେ ଅନ୍ୟ ସ୍ଥାନରେ ଜଳବନ୍ଦୀ ନେଇ ସ୍ଥିତି ଉପରେ ନଜର ରଖାଯାଇଥିବା ପ୍ରକାଶ କରିଛନ୍ତି ଅଧିକରୀ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA