
ନୂଆପଡ଼ା, ୨୮ ଜୁଲାଇ(ହି.ସ.) – ଏହା କେଉଁ ଗାଁର ରାସ୍ତା ନୁହେଁ, ବରଂ ଖଡ଼ିଆଳ ସହରର ୱାର୍ଡ଼ ନଂ.୯ ଅନ୍ତର୍ଗତ କାଲିଚକ ଭଣ୍ଡାରୀପଡ଼ାର ମୁଖ୍ୟ ରାସ୍ତା। ରାସ୍ତାଟି ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଥିବାରୁ ଯାତାୟାତରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକ ପଡ଼ିଲେ ଏହି ରାସ୍ତାକୁ ଖଡ଼ିଆଳର ବାଇପାସ ଭାବେ ମଧ୍ୟ ବ୍ୟବହାର କରାଯାଏ। କିନ୍ତୁ ରାସ୍ତାର ଖରାପ ଅବସ୍ଥା ଯୋଗୁଁ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିପାରେ। ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ତୁରନ୍ତ ଏହି ରାସ୍ତାର ମରାମତି ଓ ଉନ୍ନତିକରଣ କରିବାକୁ ଦାବି କରିଛନ୍ତି। ସମୟ ଥିବାବେଳେ ପଦକ୍ଷେପ ନ ନିଆଗଲେ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ