ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇଲେ କୁଣ୍ଡେଶ୍ଵର୍ ମନ୍ଦିର କମିଟି
କେନ୍ଦୁଝର, 28 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଧୀନ, କୁଣ୍ଡାପିଠା ଗ୍ରାମ ରେ ବାବା କୁଣ୍ଡେଶ୍ବର ମନ୍ଦିର କୁ ଦିର୍ଘ ବର୍ଷ ପରେ, ଘଟଗାଁ ବି ଡି ଓ ଖଗେଶ୍ବର ବରାଳ ଙ୍କ ପ୍ରଚେଷ୍ଟା ରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ଥର ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ପଦକ୍ଷେପ ଗ୍
Kundeswar Mandir committee


କେନ୍ଦୁଝର, 28 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଧୀନ, କୁଣ୍ଡାପିଠା ଗ୍ରାମ ରେ ବାବା କୁଣ୍ଡେଶ୍ବର ମନ୍ଦିର କୁ ଦିର୍ଘ ବର୍ଷ ପରେ, ଘଟଗାଁ ବି ଡି ଓ ଖଗେଶ୍ବର ବରାଳ ଙ୍କ ପ୍ରଚେଷ୍ଟା ରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ଥର ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିବା ରୁ ମନ୍ଦିର କମିଟି ତଥା ଏ ଅଞ୍ଚଳ ର ଜନ ସାଧାରଣ ଙ୍କ ମଧ୍ୟ ରେ ଖୁସି ର ଲହରୀ ଖେଳିଯାଇଛି। ମନ୍ଦିର କମିଟି ର ସଦସ୍ୟ ମାନେ ଘଟଗାଁ ବି ଡି ଓ ଖଗେଶ୍ବର ବରାଳ ଙ୍କୁ ଶୁଭେଚ୍ଛା ଜଣାଇ ବା ସହ ଘଟଗାଁ ଜନ ଶୁଣାଣି ଶିବିର ରେ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂ ଆଇ ଏ ଏସ ଙ୍କୁ କମିଟି ର କର୍ମକର୍ତ୍ତା ମାନେ ପୁଷ୍ପ ଗୁଛ, ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ କୁକୁରକଟା ନଦୀ ରେ ସ୍ଥାୟୀ ପୋଲ ନିର୍ମାଣ, କୁଣ୍ଡେଶ୍ଵର ମନ୍ଦିର କୁ ଅଲୋକି କରଣ ଓ ମନ୍ଦିର ପରିସର ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ମନ୍ଦିର ର ପ୍ରତିଷ୍ଠାତା ବିଜୟ କୁମାର ପଲେଇ ଜିଲ୍ଲା ପାଳ ଙ୍କୁ ଅନୁରୋଧ କରିଥଲେ। ରାମ ଚନ୍ଦ୍ର ନାଏକ, ଯୋଶବନ୍ତ ନାଏକ, ଶ୍ରୀକାନ୍ତ ମହାନ୍ତ ,ଦିଲୁ ବାହାଦୁର ,ରାଧା ମୁଣ୍ଡ।, ଦିବ୍ୟଜିତ୍ ପଲେଇ , ସୁନୀଲ୍ ପଇଦା, ପିଣ୍ଟୁ ନାଏକ ,ଶୁକୁରା ମୁଣ୍ଡା ଓ କୁଣ୍ଡେଶ୍ବର ବାହିନୀ ର ଅନ୍ୟ ସଦସ୍ୟମାନେ ଜିଲ୍ଲା ପାଳ ଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଘଟଗାଁ ଆସିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande