ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମ୍ୟାନେଜରଙ୍କ କେଳେଙ୍କାରୀ
କେନ୍ଦ୍ରାପଡ଼ା, ୨୮ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଆର୍ବିଏସ୍କେ ମ୍ୟାନେଜର ଜ୍ୟୋସ୍ନା ନାୟକଙ୍କ କେଳେଙ୍କାରୀ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସେ ତାଙ୍କର ସବୁ ଅନୁକମ୍ପା ଓଜାଡ଼ି ଦେଉଥିବା ଶୁଣିବାକୁ ମିଳିଛି। ଖବର ଅନୁସା
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମ୍ୟାନେଜର ଙ୍କ କେଳେଙ୍କାରୀ


କେନ୍ଦ୍ରାପଡ଼ା, ୨୮ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଆର୍ବିଏସ୍କେ ମ୍ୟାନେଜର ଜ୍ୟୋସ୍ନା ନାୟକଙ୍କ କେଳେଙ୍କାରୀ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସେ ତାଙ୍କର ସବୁ ଅନୁକମ୍ପା ଓଜାଡ଼ି ଦେଉଥିବା ଶୁଣିବାକୁ ମିଳିଛି। ଖବର ଅନୁସାରେ ରାଜ୍ୟ ବାହାରର ଏକ ନିର୍ଦ୍ଧିଷ୍ଟ ହସ୍ପିଟାଲକୁ ହୃଦରୋଗ ଚିକିତ୍ସା ପାଇଁ ରୋଗୀଙ୍କୁ ବିନା ସହଯୋଗୀ ପଠାଇ ଖର୍ଚ୍ଚାନ୍ତ ଓ ହଟ ହଟା କରାଉଛନ୍ତି। ମାଡାମ କମିଶନ ଖାଇ ତାଙ୍କ ପେଟ ପୁରୁନି ଯେ, ରାଜ୍ୟ ଭିତରେ ବି ଦଲାଲି ଧନ୍ଦା କରିବାକୁ ପଛ ଘୁଂଚା ଦେଉନାହାନ୍ତି। ବିଶେଷ କରି ଗ୍ରହଣ ଖଣ୍ଡିଆ ଭଳି ଏକ ଜନ୍ମଗତ ତ୍ରୁଟିର ଶିକାର ହୋଇଥିବା ଶିଶୁମାନକୁ ତାଙ୍କର ଦଲାଲି ଧନ୍ଦା ପାଇଁ ମୁଖ୍ୟ ଶିକାର ଭାବିନେଇଛନ୍ତି ମ୍ୟାନେଜର। ସୂତ୍ର ଅନୁସାରେ ଏହି ପ୍ରକାରର ଜନ୍ମଗତ ବିକୃତ ଶିଶୁଙ୍କୁ ଚିକିତ୍ସା ସେବା ପ୍ରଦାନ ପାଇଁ କଟକ ଓ ଭୁବନେଶ୍ୱରରେ ଥିବା ଏକାଧିକ ଘରୋଇ ହସ୍ପିଟାଲକୁ ପଠାଇବାର ପ୍ରାବଧାନ ରହିଛି। କିନ୍ତୁ ଦଲାଲ ମ୍ୟାନେଜର ମାଡାମ କେନ୍ଦ୍ରାପଡ଼ାର ପଡ଼ୋଶୀ ଜିଲ୍ଲା କଟକକୁ ଆଉ ପସନ୍ଦ ନକରି ଏବେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ଉପରେ ଭାରି ନିର୍ଭରଶିଳ ହୋଇପଡ଼ିଛନ୍ତି। ଅତୀତରେ ତାଙ୍କର ଟଙ୍କା ପ୍ରୀତି ପାଇଁ ଏକ ନିମ୍ନମାନର ସୁବିଧା ଥିବା ଘରୋଇ ହସ୍ପିଟାଲକୁ ଶିଶୁଟିକୁ ପଠାଇବା ଦ୍ୱାରା ଶିଶୁଟି ଗ୍ରହଣ ଖଣ୍ଡିଆ ଭଳି ରୋଗର ଚିକିତ୍ସାବେଳେ ମୃତ୍ୟୁବରଣ ମଧ୍ୟ କରିଥିଲେ। କେନ୍ଦ୍ରାପଡ଼ା ଗରିବ ପରିବାରର ଛୁଆ ମୃତ୍ୟୁକୁ ଅତି ସୁନ୍ଦର ଭାବରେ ଚାପିଦେଇ, ମ୍ୟାଡ଼ାମ ଏବେ ଭୁବନେଶ୍ୱରମୁହାଁ ହୋଇଛନ୍ତି। ଆମ ପାଖ ଜିଲାରେ କ’ଣ ଏହି ପ୍ରକାରର ଶିଶୁଙ୍କ ଚିକିତ୍ସା ପାଇଁ ଉଚ୍ଚକୋଟିର ଘରୋଇ ଚିକିତ୍ସାଳୟ ନାହିଁ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ମ୍ୟାଡ଼ାମଙ୍କର ପ୍ରିୟ ରାଜଧାନୀରେ ସେହି ଗୋଟିଏ ହସ୍ପିଟାଲ ଛାଡ଼ି ଆଉ କେହି ସେବା ଦେବାକୁ ମନା କରିଛନ୍ତି କି? ଏହି ହସ୍ପିଟାଲ ଏବେ ମ୍ୟାଡ଼ାମଙ୍କୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ଦେଉଛି। ତେଣୁ ମାଡାମଙ୍କ ରାଜଧାନୀ ହସ୍ପିଟାଲ ପ୍ରେମ ବଢ଼ିଯାଇଛି। ଏହିପରି ଜଣେ ନିର୍ଦୟୀ ମାଡାମ ଯିଏ ଶିଶୁଙ୍କ ଜୀବନ ସହ ଖେଳୁଛନ୍ତି ତାଙ୍କ ବିରୋଧରେ ତୁରନ୍ତ ତଦନ୍ତ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀମାନେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକଙ୍କୁ ନିବେଦନ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande