
ଜୟପୁର, ୨୮ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ଶ୍ରାବଣ ମାସରେ ବୋଲବମ୍ ଭକ୍ତଙ୍କ ଭିଡ଼ ଜମିବ । କାଉଡ଼ିଆମାନେ ପାଣି ଉଠାଇବା, ଶୃଙ୍ଖଳିତ ଯାତ୍ରା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବେବୋତ୍ତର ବିଭଗ ତରଫରୁ ଆୟୋଜିତ ଉକ୍ତ ବୈଠକରେ କୋଟପାଡ଼ ବିଧାୟକ ରୁପୁ ଭତ୍ରା ଅଂଶଗ୍ରହଣ କରିଥିବା ବେଳେ ଜୟପୁର ଉପ ଜିଲ୍ଲାପାଳ ଯଦୁମଣି ନାୟକ, ଏସଡିପିଓ ଅର୍ଚିତା ମିତ୍ତଲ, ଦେବୋତ୍ତର ଉପଦେଷ୍ଟା କମିଟି ସଭାପତି ଦେବେନ୍ଦ୍ର ବାହିନୀପତି, ବୈପାରୀଗୁଡା ବ୍ଲକ ଅଦକ୍ଷ, ଜୟପୁର ତହସିଲଦାର ସବ୍ୟସାଚି ଜେନା, ବୈପାରୀଗୁଡା ବିଡ଼ିଓ ସୁବ୍ରତ ସାହୁ, ତହସିଲଦାର ସିଂଗ୍ଧା ଚୌଧୁରୀ, ଥାନା ଆଇଆଇସି ଲଷ୍ମୀ ନାରାୟଣ ମୁଦୁଲି, ଗୁପ୍ତେଶ୍ୱର ରେଞ୍ଜର ଛବି ରନ୍ଧାରୀ, ସାଂସଦ ପ୍ରତିନିଧି ରାମେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ l
କାଉଡ଼ିଆ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ନିମନ୍ତେ ବୈଠକରେ ଆଲୋଚନା ହୋଇଛି l ବିଶେଷ କରି ଟ୍ରାଫିକ ସମସ୍ୟା, ଦର୍ଶନ ପାଇଁ ଲମ୍ବାଧାଡ଼ି ଓ ବ୍ୟାରିକେଡ୍, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ଆଶ୍ରୟ ସ୍ଥଳୀ, ଶୌଚାଳୟ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଆଲୋଚନା ହୋଇଛି l ସ୍ଵେଛାସେବୀ, ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି