
ସମ୍ବଲପୁର,୨୮, ଜୁଲାଇ (ହି.ସ.) - ଭାରତ ବର୍ଷର ସର୍ବଶ୍ରେଷ୍ଠ ନେଟୱର୍କ ବୋଲାଉଥିବା ଜିଓ ନେଟୱର୍କ ଏବେ ବିଭିନ୍ନ ଅଂଚଳରେ ନିଜ ହିତାଧିକାରୀଙ୍କୁ ସଠିକ୍ ଭାବେ ନେଟୱର୍କ ସେବା ଦେଇ ପାରୁନଥିବା ଅଭିଯୋଗ ହୋଇଛି । ମାସିକ ୨୦୦ ଶହରୁ ଆରମ୍ଭ କରି ବର୍ଷିକିଆ ପ୍ଳାନିଙ୍ଗରେ ଜିଓ କମ୍ପାନୀ ୩ ହଜାର ୬ ଶହ ଟଙ୍କା ଲେଖାଏଁ ନେଇଥିଲେ ମଧ୍ୟ ଉପଭୋକ୍ତାଙ୍କୁ ସଠିକ୍ ସେବା ଯୋଗାଇବାରେ ବିଫଳ ରହିବା ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷର କାରଣ ହୋଇଛି । ଏପରିକି ବ୍ୟବସାୟୀକ ପ୍ରତିଯୋଗିତାରେ ଜିଓ କମ୍ପାନୀ ୫ ଜି ନେଟୱର୍କର ଲୋଭନୀୟ ୍ୱିଜ୍ଞାପନ ଦେଖାଇ ବହୁ ପ୍ରତିଶ୍ରୃତି ଦେଉଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ରାଜଧାନୀ କୁହାଯାଉଥିବା ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପହଂଚ ରହିବା ସହ ନେଟୱର୍କ ଯୋଗାଇବାରେ ଅସ୍ଥିରତା ଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଂଚାୟତରେ ଜିଓ ନେଟୱର୍କର ଏହି ଅସ୍ଥିରତାକୁ ନେଇ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବଡ଼ମାଳ ପଂଚାୟତର ବିଭିନ୍ନ ଗ୍ରାମରେ ପ୍ରାୟ ୧୫ ଶହ ପରିବାର ରହୁଥିବା ବେଳେ, ଘର ପ୍ରତି ୨ ରୁ ୩ ଟି ଲେଖାଏଁ ମୋବାଇଲ ବ୍ୟବହୃତ ହେଉଛି କ୍ଷ ମାତ୍ର ଗତ ୧୦ ରୁ ୧୫ ଦିନ ଧରି ଜିଓ କମ୍ପାନୀ ଦିନକୁ ୨ ଥର ବିଦ୍ୟୁତ କାଟ୍ ଭଳି ଅଂଚଳରେ ନେଟୱର୍କ ଠପ କରି ଦେଉଥିବା ଅଭିଯୋଗ ହୋଇଛି କ୍ଷ ଏହି ଅଂଚଳର ଲୋକେ ପୂର୍ବରୁ ବିଏସ୍ଏନ୍ଏଲ୍ ସଂଯୋଗ ନେଇଥିଲେ । ମାତ୍ର ଲୋଭନୀୟ ଅଫର ଓ ସେବାର ଗୁଣବତା ପ୍ରଚାର କରିବାରୁ ଲୋକେ ଜିଓ ସିମ ଉପରେ ଭରସା କରି ବ୍ୟବହାର କରିଥିଲେ । ହେଲେ ଏବେ ଜିଓ ନେଟୱର୍କର ଏଭଳି ରୁଗଣ ସେବାକୁ ନେଇ ଅନ୍ୟ ସଂଯୋଗ ନେବାପାଇଁ ଉପଭୋକ୍ତା ମହଲକୁ ଆଉଥରେ ଚିନ୍ତା କରିବାକୁ ବାଧ୍ୟ କରାଇଛି । ଏହି ପଂଚାୟତର ଅନେକ ଛାତ୍ରଛାତ୍ରୀ କୁହନ୍ତି ସନ୍ଧ୍ୟା ସମୟରେ ପାଠ ପଢିବାକୁ ବସିଲା ବେଳକୁ ବିଜୁଳି କାଟ ଭଳି ପ୍ରାୟଦିନ ଜିଓ ନେଟୱର୍କ ବନ୍ଦ୍ ରହୁଛି କ୍ଷ ଯାହା ଫଳରେ ସ୍କୁଲ କଲେଜ ସ୍ତରର ଛାତ୍ର ଛାତ୍ରୀ ମାନେ ନେଟ୍ ମାଧ୍ୟମର ପ୍ରଶ୍ନ ଉତର ପଢିବାରେ ସମସ୍ୟା ସୃଷ୍ଟି ହେଉଛି । ଫଳରେ ଅଧିକାଂଶ ଛାତ୍ରଛାତ୍ରୀ ହୋମ ୱାର୍କ କରିବାରେ ବଂଚିତ ରହୁଛନ୍ତି । ଜିଓ ନେଟୱର୍କର ଓଡିଶା ମୁଖ୍ୟ ଓ ପଶ୍ଚିମ ଓଡ଼ିଶା ମୁଖ୍ୟ ଏଦିଗରେ ତୁରନ୍ତ କୌଣସି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକଲେ ଉପଭୋକ୍ତା ମାନେ ବାଧ୍ୟ ହୋଇ ଏୟାରଟେଲ ବା ବିଏସ୍ଏନ୍ଏଲ୍ ସଂଯୋଗ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ