
ବଲାଙ୍ଗୀର, ୨୮ ଜୁଲାଇ(ହି.ସ.) – ବଲାଙ୍ଗୀର ଟିକ୍ରା ପଡ଼ା ଚାନ୍ଦ ବଲାଙ୍ଗୀର ଟିକ୍ରାପଡ଼ା ଚାନ୍ଦ ମନ୍ଦିର ଶ୍ରୀକ୍ଷେତ୍ରରେ ଶ୍ରୀଜିଉମାନଙ୍କ ନୀଳାଦ୍ରି ବିଜେ ପର୍ବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନନ୍ଦିର ଶ୍ରୀକ୍ଷେତ୍ର ରେ ଶ୍ରୀଜିଉମାନଙ୍କ ନୀଳାଦ୍ରି ବିଜେ ପର୍ବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇ ଯାଇଛି। ଗତକାଲି ରାତ୍ରୀରେ ଶ୍ରୀଜିଉମାନେ ପ୍ରାୟ ଏକ ମାସ ପରେ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିଜେ କରିଛନ୍ତି। ଜ୍ୟେଷ୍ଠ ପୂର୍ଣ୍ଣମୀରେ ମହାସ୍ନାନ ପରେ ଅଣସର ନୀତି, ନେତ୍ରୋତ୍ସବ, ନବ ଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ରଥଯାତ୍ରା, ଆଡପ ମଣ୍ଡପରେ ଦଶାବତାର, ବାହୁଡ଼ାଯାତ୍ରା, ରାଜରାଜେଶ୍ୱର(ସୁନା ବେଶ) ଏବଂ ଅଧର ପଣା ପରେ ଗତକାଲି ରଥାବତରଣ କରି ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀ ସୁଦର୍ଶନ ତାପରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରରେ ବିଜେ କରିଥିଲେ। ଠାକୁରଙ୍କ ଆସିବା ଜାଣି ମହାଲକ୍ଷ୍ମୀ ମନ୍ଦିର ଦ୍ୱାର ବନ୍ଦ କରି ଦେଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ଏକ ରୋମାଂଚକର ସାଙ୍ଗିତିକ ବଚସା ହୋଇଥିଲା, ଯାହାକୁ କି ପଣ୍ଡିତ ଓ ମହିଳାମାନେ ପରିବେଷଣ କରିଥିଲେ। ଶେଷରେ ପ୍ରଭୁ ରସଗୋଲା ଦେଇ ମା ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ। ମନ୍ଦିର ରେ ଏହି ଦୃଶ୍ୟ ଦେଖିବା ସହିତ ମହାପ୍ରଭୁ ଙ୍କ ନୀଳାଦ୍ରି ବିଜୟ ପରେ ଭକ୍ତମାନଙ୍କୁ ରସଗୋଲା ଭୋଗ ବଂଟନ କରାଯାଇ ଥିଲା। ଶ୍ରୀ ମନ୍ଦିର ରଥ କମିଟି ସ୍ୱର୍ଗତ ପ୍ରଦୀପ କୁମାର ଚାନ୍ଦଙ୍କ ଦୁଇପୁତ୍ର ଆଲୋକ କୁମର ଓ ଦୀପକ କୁମାର ଚାନ୍ଦଙ୍କ ସମେତ ରଥ କମିଟି ସମସ୍ତ ସଦସ୍ୟ ସଦସ୍ୟା ମୂଳରୁ ଶେଷ ପର୍ୟ୍ୟନ୍ତ ସକ୍ରିୟ ଭାବରେ ସହାଯୋଗରେ ପରିଚାଳନା ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ