କଦମପଡା ଶିଶୁମନ୍ଦିର ଆନୂକୁଲ୍ୟରେ ଏ ବର୍ଷର ଜିଲ୍ଲାସ୍ତରୀୟ ‘ନିଟ’ ପରୀକ୍ଷାରେ ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗିର, ୨୮ ଜୁଲାଇ (ହି.ସ.)- ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଜିଲ୍ଲାସ୍ତରୀୟ “ନିଟ” ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଭାରତୀର ଉତ୍କଳ ପ୍ରାନ୍ତର ସଂଗଠନ ମନ୍ତ୍ରୀ ଶ୍ରୀମାନ
କଦମପଡା ଶିଶୁମନ୍ଦିର  ଆନୂକୁଲ୍ୟରେ ଏ ବର୍ଷର ଜିଲ୍ଲାସ୍ତରୀୟ ‘ନିଟ’ ପରୀକ୍ଷାରେ ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା


କଦମପଡା ଶିଶୁମନ୍ଦିର  ଆନୂକୁଲ୍ୟରେ ଏ ବର୍ଷର ଜିଲ୍ଲାସ୍ତରୀୟ ‘ନିଟ’ ପରୀକ୍ଷାରେ ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା


କଦମପଡା ଶିଶୁମନ୍ଦିର  ଆନୂକୁଲ୍ୟରେ ଏ ବର୍ଷର ଜିଲ୍ଲାସ୍ତରୀୟ ‘ନିଟ’ ପରୀକ୍ଷାରେ ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା


ବଲାଙ୍ଗିର, ୨୮ ଜୁଲାଇ (ହି.ସ.)- ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଜିଲ୍ଲାସ୍ତରୀୟ “ନିଟ” ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଭାରତୀର ଉତ୍କଳ ପ୍ରାନ୍ତର ସଂଗଠନ ମନ୍ତ୍ରୀ ଶ୍ରୀମାନ୍ ତାରକ ଦାସ୍ ସରକାର ଓ ମୁଖ୍ୟବକ୍ତା ରୂପେ ଚାରଭଟା ମହାବିଦ୍ୟାଳୟର ରସାୟନ ବିଭାଗର ଅଧ୍ୟାପକ ଅରୁଣ କୁମାର ବିହାରୀ ଯୋଗ ଦେଇଥିଲେ ତଥା ଉଭୟ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଅତିଥି ପରିଚୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର କରିଥିବା ବେଳେ ସ୍ବାଗତ ଭାଷଣ ଶିକ୍ଷା ବିକାଶ ସମିତି, ଓଡିଶାର ଦକ୍ଷିଣ-ପଶ୍ଚିମ ସଂଭାଗର ସଂଯୋଜକ ଶ୍ରୀମାନ ପ୍ରକାଶ ଚନ୍ଦ୍ର ତ୍ରିପାଠୀ

ପ୍ରଦାନ କରିଥିଲେ । ନିଟ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୀଳମାଧବ ପଣ୍ଡା, ପୃଥ୍ବୀରାଜ ଚାନ୍ଦ, ଶୁଭଶ୍ରୀ ବିଶ୍ବାଳ, ଶୋଭର ଷଡଙ୍ଗୀ, ଓମପ୍ରକାଶ ପ୍ରଧାନ, ସମିର୍ ସାହୁ, ଆର୍ଯ୍ୟଶ୍ଳୋକ ମୁଣ୍ଡ, ଜ୍ୟୋତିପ୍ରକାଶ ଭୋଇ, ବୈଭବ ଦାଶ୍ ଓ ପୈ।ଲମୀ ଯୋଷୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କ ସଫଳତାକୁ ସମ୍ମାନ ଦେବା ସହ ଆଗାମୀ ଦିନରେ ରାଷ୍ଟ୍ରୀୟ ସ୍ତରରେ ସମ୍ମାନୀତ ହେବାକୁ ଚେଷ୍ଟା କରିବା ଉଚିତ୍ ବୋଲି କହିଛନ୍ତି । ମୁଖ୍ୟବକ୍ତା ମହୋଦୟ ମଧ୍ୟ ସଫଳତା ଏକ ଅଭିଯାନ ହେବା ଉଚିତ୍ ବୋଲି କହିଛନ୍ତି । କୃତି ଛାତ୍ର ନୀଳମାଧବ ପଣ୍ଡା ହୃଦୟତାର ସହ ପଠନ ସଫଳତାର ଚାବିକାଠି ବୋଲି ଜଣାଇଛନ୍ତି ।

ମଞ୍ଚାସୀନ ଅନ୍ୟତମ ଅତିଥିଙ୍କ ମଧ୍ୟରେ ସଭାପତି ଡ.ଭବାନୀ ଶଙ୍କର ପଟେଲ, ଉପ-ସଭାପତି ରବୀନ୍ଦ୍ର କୁମାର ପଣ୍ଡା ଓ ସଂପାଦକ ତରଣୀସେନ ପଟେଲ ଉପସ୍ଥିତ ଥିଲେ । ସଂଯୋଜନା ଗୁରୁମା ମମତା ଭୋଇ କରିଥିବା ବେଳେ ସଭାପତି ଡ. ଭବାନୀ ଶଙ୍କର ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହିପରି ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପୁର୍ଣ୍ଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande