ଉପରଝର ମହିଳା କଲେଜ ଓ ହାଇସ୍କୁଲରେ ସମସ୍ୟା ଶୁଣିଲେ ନରସିଂହ ହାଇସ୍କୁଲ ପାଇଁ ଭିତିଭୂମି ଓ କଲେଜର ପାଠପଢା ଉପରେ ଗୁରୁତ୍ୱ
ବଲାଙ୍ଗୀର, ୨୮ ଜୁଲାଇ(ହି.ସ.) – ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ପଂଚାୟତର ଉପରଝର ମହିଳା କଲେଜ ଏବଂ ଉପରଝର ହାଇସ୍କୁଲ ପରିଦର୍ଶନ କରି କଲେଜ ଅଧ୍ୟକ୍ଷ, ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ପରିଚାଳନା କମିଟି ଏବଂ ଛାତ୍ର ଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।
ଉପରଝର ମହିଳା କଲେଜ ଓ ହାଇସ୍କୁଲ ରେ ସମସ୍ୟା ଶୁଣିଲେ ନରସିଂହ ହାଇସ୍କୁଲ ପାଇଁ ଭିତ୍ତିଭୂମି ଓ କଲେଜର ପାଠପଢା ଉପରେ ଗୁରୁତ୍ୱ


ଉପରଝର ମହିଳା କଲେଜ ଓ ହାଇସ୍କୁଲ ରେ ସମସ୍ୟା ଶୁଣିଲେ ନରସିଂହ ହାଇସ୍କୁଲ ପାଇଁ ଭିତ୍ତିଭୂମି ଓ କଲେଜର ପାଠପଢା ଉପରେ ଗୁରୁତ୍ୱ


ବଲାଙ୍ଗୀର, ୨୮ ଜୁଲାଇ(ହି.ସ.) – ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ପଂଚାୟତର ଉପରଝର ମହିଳା କଲେଜ ଏବଂ ଉପରଝର ହାଇସ୍କୁଲ ପରିଦର୍ଶନ କରି କଲେଜ ଅଧ୍ୟକ୍ଷ, ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ପରିଚାଳନା କମିଟି ଏବଂ ଛାତ୍ର ଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଉଭୟ ହାଇସ୍କୁଲ ଏବଂ କଲେଜର ଅଧ୍ୟାପନା କିପରି ଚାଲିଛି, ଭିତିଭୂମି ତଥା ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ସ୍ଥିତି ଏବଂ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାପ୍ରତି କିପରି ଆଗ୍ରହ ଅଛି ସେ ଉପରେ ଆଲୋଚନା ହୋଇଥିଲା। ଉଭୟ ସ୍କୁଲ ଓ କଲେଜରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସମ୍ପୁର୍ଣ୍ଣ ଭାବେ ପୁରଣ ନ ଥିଲେ ହେଁ ଶିକ୍ଷାଦାନ ଠିକ୍ ଠାକ ଚାଲିଥିବାର ଦେଖାଯାଇଥିଲା। ହାଇସ୍କୁଲର ନବମ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ସଂଖ୍ୟା ଅଧିକ ଥିବାରୁ ଏଠାରେ ଆଉ ଗୋଟିଏ ଲେଖାଏଁ ଶାଖା ବଢିବା ପାଇଁ ଦରକାର କିନ୍ତୁ ଶ୍ରେଣୀ ଗୃହ ଏବଂ ତା ପାଇଁ ଅଧିକ ଶିକ୍ଷକ ପଦବୀ ଦରକାର ଥିବାରୁ ଏହାକୁ ନେଇ ଶିକ୍ଷା ବିଭାଗ ସହ ଶ୍ରୀ ମିଶ୍ର ଆଲୋଚନା କରି ଏହାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ। ଯେହେତୁ ଏହି ହାଇସ୍କୁଲରେ ଆଗାମୀ ବର୍ଷରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲିବ, ତେଣୁ ଏହାର ଆନୁସଙ୍ଗିକ ବ୍ୟବସ୍ଥା, ପ୍ରସ୍ତୁତି ଓ ଭିତିଭୂମି କିପରି ଅଛି ସେ ଦିଗରେ ଶ୍ରୀ ମିଶ୍ର ଆଲୋଚନା କରିଥିଲେ। ଏହି ଅଂଚଳରେ ଛୋଟ ଛୋଟ ଛୁଆ, ଅଭିଭାବକ, ସାଧାରଣ ଜନତା ଭିତରେ ଶିକ୍ଷ ପ୍ରତି ଅନେକ ଆଗ୍ରହ ଅଛି ତେଣୁ ଶ୍ରୀ ମିଶ୍ର ଏଠାରେ ଏକ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲିଲେ ଗୋଟିଏ କ୍ୟାମ୍ପସ ଭିତରେ ସମସ୍ତ ଛାତ୍ର ଛାତ୍ରୀ ପାଠ ପଢିପାରିବେ ବୋଲି ଶ୍ରୀ ମିଶ୍ର କହବା ସହ ଏହାକୁ ଶିଘ୍ର କାର୍ଯ୍ୟକାରିତା କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିବେ ବୋଲି କହିଛନ୍ତି। ହାଇସ୍କୁଲ ଛାତ୍ର ଛାତ୍ରୀମାନ ଶ୍ରୀ ମିଶ୍ର ଆଲୋଚନା କରି ପାଠପଢାରେ ଅବହେଳା ନ କରିବା ତଥା ଆତ୍ମ ବିଶ୍ୱାସ ସହ ସମାଜ ତଥା ଦେଶ ପାଇଁ ନିଜକୁ ଗଢିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ। ପରେ ଉପରଝର ଯୁକ୍ତ ଦୁଇ ବାଳିକା କଲେଜକୁ ଯାଇ ସେଠାରେ ଥିବା ପରିଚାଳନା କମିଟି, ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ମିଶ୍ର ନିଜେ ବିଧାୟକ ଥିବା ବେଳେ ଅଂଚଳବାସୀଙ୍କ ଅନୁରୋଧ କ୍ରମେ ନାରୀ ଶିକ୍ଷାର ଗୁରୁତ୍ୱ କୁ ବୁଝି ଏଠାରେ ଏହି କଲେଜର ପ୍ରତିଷ୍ଠା କରାଇଥିଲେ। ଉପରିକି ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୪୫ ଲକ୍ଷ ଟଙ୍କାର ଏକ ଅନୁଦାନ ନୂତନ କୋଠା ତିଆରି କରିବା ପାଇଁ ବ୍ୟବସ୍ଥା କରାଇଥିଲେ କିନ୍ତୁ ସେହି ୪୫ଲକ୍ଷରୁ କେବଳ ୨୫ଲକ୍ଷ ଟଙ୍କା ର କାମ ହୋଇପାରିଲା। ବାକି ଅନୁଦାନ ଲୋକଙ୍କ ତାଳମେଳ ଅଭାବରୁ ଫେରିଯିବାର ଅତ୍ୟନ୍ତ ଦୁଃଖଦାୟକ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି କଲେଜର ବାକି ରହିଯାଇଥିବା କାମ ପାଇଁ ସେ ନିଜେ ବିଭାଗୀୟ ଅଧିକାରୀଙ୍କ ସହ କଥା ହେବେ ବୋଲି କହିବା ସହ ଝିଅମାନଙ୍କୁ ପାଠପଢାରେ କୌଣସି ପ୍ରକାର ଅସୁବିଧା ଯେପରି ନ ହୁଏ ସେ ଦିଗ ପ୍ରତି ପରିଚାଳନା କମିଟି ଓ କଲେଜ କର୍ତୃପକ୍ଷ ଯତ୍ନବାନ ହୁଅନ୍ତୁ ବୋଲି କହିଥିଲେ। ଆଜିର ଏହି ଗସ୍ତର ଆଲୋଚନା ବେଳେ ଶିକ୍ଷକ ଅନନ୍ତ ବାରିକ, ଖିରେଶ୍ୱର ରଣା, ରାଘବ ମଲ୍ଲିକ, ଲକ୍ଷ୍ମୀଧର ସାମଲ, ଗୋବିନ୍ଦ କୁଅଁର, ସାସ୍ୱତି ସାହୁ, ସ୍ୱରୁପା ସିଂ, ଯୁବରାଜ ବିଶ୍ୱାଲ, ସୁଦାମ ମେହେର ଏବଂ କଲେଜ ପରିଚାଳନା କମିଟି ସଭାପତି ଇଶ୍ୱର ପ୍ରଧାନ, ଅଧ୍ୟକ୍ଷା ନଳିନୀ ପ୍ରଧାନ, ପିଙ୍କି ପ୍ରଧାନ, ସୁଧିର ପ୍ରଧାନ, ସୁବାଷ ବିଶ୍ୱାଲ, ରାଜେନ୍ଦ୍ର ବିଶ୍ୱାଲ, ଯୁବରାଜ ମାଝି, ଧୃବ ବାଗ, ଅସୀତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande