



ସମ୍ବଲପୁର, ୨୮, ଜୁଲାଇ (ହି.ସ.) - କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନସ୍ଥ ମେରା ଯୁବା ଭାରତ, ସମ୍ବଲପୁର ପକ୍ଷରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ସହଯୋଗରେ ଜିଲ୍ଲାସ୍ତରୀୟ ନଶାମୁକ୍ତ ଯୁବା ଫର୍ ବିକଶିତ ଭାରତ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଯୁବପିଢ଼ୀଙ୍କ ମଧ୍ୟରେ ନିଶାମୁକ୍ତ ସମାଜ ଗଠନ ଏବଂ ବିକଶିତ ଭାରତ–୨୦୪୭ର ସଂକଳ୍ପକୁ ସାକାର କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଜି.ଏମ୍. ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ୀଙ୍କୁ ନିଶାଠାରୁ ଦୂରେଇ ଦେଶ ଗଠନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡ଼. ପୁଷ୍ପାଞ୍ଜଳି ପଣ୍ଡା, ଉପଜିଲ୍ଲାପାଳ, ସମ୍ବଲପୁର ଏବଂ ଶ୍ରୀ ଶାନ୍ତନୁ ପାଢ଼ାନ, ଜିଲ୍ଲା ଏନ୍.ଏସ୍.ଏସ୍. କାର୍ଯ୍ୟକ୍ରମ ଅଧିକାରୀ ଯୋଗଦେଇ ଯୁବମାନଙ୍କୁ ନିଶାମୁକ୍ତ ଭାରତ ଗଠନରେ ଅଗ୍ରଣୀ ହେବାକୁ ଆହ୍ୱାନ କରିଥିଲେ। ମେରା ଯୁବା ଭାରତ, ସମ୍ବଲପୁରର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ସଭାପତିତ୍ୱ କରିଥିଲେ। ଏହି ଅବସରରେ ନୃତ୍ୟ, ସଙ୍ଗୀତ, ନୁକ୍କଡ଼ ନାଟକ, ବିତର୍କ, ସ୍ଲାମ୍ ପୋଏଟ୍ରି, ଚିତ୍ରାଙ୍କନ, ସ୍ଲୋଗାନ୍ ଲେଖନ ଓ ସର୍ଟ ଫିଲ୍ମ/ରିଲ୍ସ ମେକିଂ ସହ ମୋଟ ୮ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ନୁକ୍କଡ଼ ନାଟକରେ ସୂର୍ଯ୍ୟ ପାଣିଗ୍ରାହୀ, କମଳଲୋଚନ ପଣ୍ଡା ଓ ମନୋରଞ୍ଜନ ମିଶ୍ର; ନୃତ୍ୟରେ ଦୀପାଲି ଚୌଧୁରୀ ଓ ହିମାଂଶୁ ପ୍ରଧାନ; ସଙ୍ଗୀତରେ ପୁଷ୍ପାଞ୍ଜଳି ଓ ରାଜକୁମାର, ସ୍ଲାମ୍ ପୋଏଟ୍ରିରେ ଡ଼. ସତ୍ୟନାରାୟଣ ଠାକୁର ଓ ଡ଼. ପୁଷ୍ପାଞ୍ଜଳି ରାବଣା; ବିତର୍କରେ ରାଜେନ୍ଦ୍ର ପଣ୍ଡା ଓ ଶାନ୍ତନୁ ପାଢ଼ାନ, ଚିତ୍ରାଙ୍କନରେ ବନ୍ଦନା ପଣ୍ଡା ଓ ସମୀର ମହାରଣା, ସର୍ଟ ଫିଲ୍ମ ଓ ରିଲ୍ସ ମେକିଂରେ ସୁରେଶ ଏକ୍କା ଓ ମାସୁଦ ଆଲମ୍, ସ୍ଲୋଗାନ୍ ଲେଖନରେ ଡ଼. ସନ୍ଧ୍ୟାରାଣୀ ସାହୁ ଓ ବିନୋଦ ପ୍ରୁସେଠ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତାର ବିଜେତାମାନଙ୍କ ମଧ୍ୟରେ ସର୍ଟ ଫିଲ୍ମ ଓ ରିଲ୍ସ ମେକିଂରେ ପ୍ରଥମ ଅବିନାଶ ବେହେରା, ଦ୍ୱିତୀୟ ଜୀବନ ଜ୍ୟୋତି କହଁର, ତୃତୀୟରେ ଯୋଗେଶ୍ୱରୀ।
ସ୍ଲୋଗାନ୍ ଲେଖନରେ ପ୍ରଥମ ବିନତୀ ବରିହା, ଦ୍ୱିତୀୟ ଆଲୋକ ନାଏକ ଓ ତୃତୀୟରେ ଇତିଶ୍ରୀ ନାୟକ ସ୍ଲାମ୍ ପୋଏଟ୍ରିରେ ପ୍ରଥମ ଏମ୍.ଡି. ଜିଶାନ୍ ରସିଦ୍, ଦ୍ୱିତୀୟ ସୁଜାତା ପ୍ରଧାନ ଓ ତୃତୀୟ ଦେବାଶିଷ ସେନ୍ଦ୍ରିୟା। ସଙ୍ଗୀତରେ ପ୍ରଥମ ସୁଶ୍ରୀ ଶ୍ରଦ୍ଧା ମିଶ୍ର, ଦ୍ୱିତୀୟ ପ୍ରୀତମ ପ୍ରିୟରଞ୍ଜନ ଦିଲେଶ ସାହୁ, ତୃତୀୟ ଝାନ୍ସୀ କିସାନ। ନୁକ୍କଡ଼ ନାଟକରେ ପ୍ରଥମ ଭି.ଏସ୍.ଏସ୍.ୟୁ.ଟି., ଦ୍ୱିତୀୟ ପାର୍ବତୀ ଗିରି କଲେଜ ଓ ତୃତୀୟରେ ଏନ୍.ଏସ୍.ସି.ବି. କଲେଜ। ନୃତ୍ୟରେ ପ୍ରଥମ ସରକାରୀ ମହିଳା ମହାବିଦ୍ୟାଳୟ, ଦ୍ୱିତୀୟ ବି.ଜି.ଡି. କଲେଜ, କେଶାଇ ବାହାଲ ଓ ତୃତୀୟରେ ନାକଟିଦେଉଳ ଡିଗ୍ରୀ କଲେଜ। ଚିତ୍ରାଙ୍କନରେ ପ୍ରଥମ ସୁପ୍ରୀତି ବେହେରା, ଦ୍ୱିତୀୟ ଦେବରାଜ ଓରାମ ଓ ତୃତୀୟରେ ଖୁସି ପଟେଲ। ବିତର୍କରେ ପ୍ରଥମ ବୈଷ୍ଣବୀ ଯାଦବ, ଦ୍ୱିତୀୟ ଆଦିତ୍ୟ ନାରାୟଣ ତାଣ୍ଡି ଓ ତୃତୀୟରେ ବ୍ରତତୁ ଚକ୍ର। ଶେଷରେ ଡ଼. ଉମାଚରଣ ପତି ଓ ସୁଧୀର ବହିଦାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ମେରା ଯୁବା ଭାରତ, ସମ୍ବଲପୁରର ଯୁବ ଆଇକନ୍ ଅର୍ପିତା ବେହେରା ସଫଳତାର ସହ ସମାପନ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ଅତିଥି, ବିଚାରକ, ପ୍ରତିଯୋଗୀ, ସ୍ୱେଚ୍ଛାସେବୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ